କରୋନା ଚିକିତ୍ସାକୁ ନେଇ ଇରାନରେ ଗୁଜବ

କରୋନା ଚିକିତ୍ସାକୁ ନେଇ ଇରାନରେ ଗୁଜବ

କରୋନା ଚିକିତ୍ସାକୁ ନେଇ ଇରାନରେ ଗୁଜବ
ଇରାନରେ ଏବେ କରୋନା ଭାଇରସକୁ ନେଇ ପୁଣି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ମିଥାନଲ (ଇଣ୍ଡଷ୍ଟ୍ରିଆଲ ଆଲକୋହଲ) ପିଇ ୩ ଶହରୁ ଅଧିକ ଲୋକ ପ୍ରାଣ ହରାଇବା ଘଟଣା ଆତଙ୍କ ସୃଷ୍ଟି କରିଛି । ମିଥାନଲ ଆଲକହଲ ପିଇଲେ କରୋନା ଭଲ ହୋଇଯିବ ବୋଲି ସୋସିଆଲ ମିଡିଆରେ ଖବର ପ୍ରସାରିତ ହେବା ପରେ ଅନେକ ଏହି ଗୁଜବକୁ ସତ ବୋଲି ଧରି ନେଇଥିଲେ । ଇରାନରେ ମଦ୍ୟପାନ ନିଷିଦ୍ଧ ସତ୍ତ୍ୱେ ଲୋକେ ବେଆଇନ ଭାବେ ମିଥାନଲ ସଂଗ୍ରହ କରି ପାନ କରିଥିଲେ । ଏହା ପରେ ସାଂଘାତିକ ସ୍ଥିତି ଉପୁଜିଥିଲା । ବିଷାକ୍ତ ମଦ ପିଇ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଇରାନ ସରକାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ମିଥାନଲ ଜବତ କରିଛନ୍ତି । ଏହି ଗୁଜବ ପ୍ରସାର କରିଥିବା ଲୋକଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେଉଛି । ପଶ୍ଚିମ ଇରାନରେ ଅନେକ ବ୍ୟକ୍ତି ଏହି ମଦ ପିଇ ଅନ୍ଧ ହୋଇଯାଇଛନ୍ତି ।