କରୋନା କୁ ନେଇ ବିଜୟ ଉତ୍ସବ ପାଳନ କଲା ଚିନ, ପୁଣି କଲା ଅବାଧ ମାଂସ ବିକ୍ରି

କରୋନା କୁ ନେଇ ବିଜୟ ଉତ୍ସବ ପାଳନ କଲା ଚିନ, ପୁଣି କଲା ଅବାଧ ମାଂସ ବିକ୍ରି

କରୋନା କୁ ନେଇ ବିଜୟ ଉତ୍ସବ ପାଳନ କଲା ଚିନ,  ପୁଣି କଲା ଅବାଧ ମାଂସ ବିକ୍ରି
ଚୀନ ନିକଟରେ କରୋନା ଭାଇରସ ଉପରେ ବିଜୟ ଉତ୍ସବ ପାଳନ କରିଛି । ଏହି ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ପୁଣି ଥରେ ଅବାଧ ମାଂସ ବିକ୍ରି ଆରମ୍ଭ ହୋଇଛି । କୁକୁର ବିଲେଇ, ଠେକୁଆ, ସାପ ବିଛା ଏବଂ ବାଦୁଡ଼ି ଆଦି ପଶୁପକ୍ଷୀମାନଙ୍କୁ ଯନ୍ତା ଭିତରେ ରଖି ମାଂସ ଦୋକାନ ଗୁଡ଼ିକରେ ବିକ୍ରି କରାଯାଉଥିବା ଦେ୍‌ଖାଯାଇଥିଲା । ଚୀନରେ ବାଦୁଡ଼ି ଦେହରୁ କୌଣସି ଜୀବ ଦେହକୁ କରୋନା ଭାଇରସ ଆସିଥିବାର ସନ୍ଦେହ କରାଯାଉଛି । ସେଇ ଜୀବର ମାଂସ ଖାଇଲା ପରେ ଭୂତାଣୁ ମଣିଷ ଦେହକୁ ଡେଇଁଥିବାର ଅନୁମାନ କରାଯାଉଛି । ଏହି ଭାଇରସ ଯୋଗୁ ଚୀନରେ ୩ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୮୦ ହଜାରରୁ ଅଧିକ ସଂକ୍ରମିତ ହୋଇଥିଲେ । ଏହି ଭାଇରସ ଏବେ ବିଶ୍ୱର ୧୯୯ଟି ଦେଶକୁ ବ୍ୟାପି ଯାଇଛି । ଏହି ଭାଇରସ ଏତେ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲେ ବି ଚୀନର ଲୋକମାନେ ଜୀବଜନ୍ତୁଙ୍କ ମାଂସ ଖାଇବା ବନ୍ଦ କରୁନାହାନ୍ତି । ଏମିତିକି ଯେଉଁ ବାଦୁଡ଼ି ଦେହରୁ କରୋନା ବ୍ୟାପିଥିବାର ସନ୍ଦେହ କରାଯାଉଛି, ସେଇ ବାଦୁଡ଼ି ମାଂସକୁ ବି ପୁଣି ଥରେ ବିକ୍ରି କରାଯାଉଛି । ଚୀନ ସରକାର ନିକଟରେ ଘୋଷଣା କରିଥିଲେ ଯେ ଦେଶରେ ବନ୍ୟ ଜୀବଜନ୍ତୁଙ୍କ ଉତ୍ପାଦନ, ବିକ୍ରି ଏବଂ ମାଂସ ଭକ୍ଷଣ ଉପରେ ରୋକ ଲଗାଯାଇଛି । କିନ୍ତୁ ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ୁନଥିବାର ମନେ ହେଉଛି ।