କରୋନା କବଳରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

କରୋନା କବଳରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

କରୋନା କବଳରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କରୋନା କବଳରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଜୟରାମ ଠାକୁର। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରାୟ ସପ୍ତାହେ ଧରି କ୍ୱାରେଣ୍ଟାଇନରେ ଥିଲେ। ଏହା ମଧ୍ୟରେ ତାଙ୍କ ଭିତରେ କରୋନା ଲକ୍ଷଣ ନଜର ଆସିଥିଲା, ଯାହା ପରେ ସେ ନିଜର ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଜୟରାମ ଠାକୁର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି,ଦୁଇ ଦିନ ହେବ ମୋ ଭିତରେ କରୋନାର ଲକ୍ଷଣ ଦେଖାଦେଇଥିଲା, ଯେଉଁ କାରଣରୁ ଆଜି ନିଜର ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ନିଜର ସରକାରୀ ବାସଭବନରେ ଆଇସୋଲେସନରେ ଅଛି। ପୂର୍ବରୁ ଅନେକ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା, ହରିୟାଣା ମୁଖ୍ୟମନ୍ତ୍ରୀ ଏମଏଲ୍ ଖଟ୍ଟର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।