କରୋନା ସଂକ୍ରମଣରେ ଦକ୍ଷିଣ କୋରିଆର ନୂଆ ରେକର୍ଡ

କରୋନା ସଂକ୍ରମଣରେ ଦକ୍ଷିଣ କୋରିଆର ନୂଆ ରେକର୍ଡ

କରୋନା ସଂକ୍ରମଣରେ ଦକ୍ଷିଣ କୋରିଆର ନୂଆ ରେକର୍ଡ

ସିଓଲ୍: କରୋନା ସଂକ୍ରମଣ ମାମଲାକୁ ନେଇ ଦକ୍ଷିଣ କୋରିଆ ନୂଆ ରେକର୍ଡ କରିଛି। ଗୋଟିଏ ଦିନରେ ୬ ଲକ୍ଷ ନୂଆ କୋଭିଡ୍-୧୯ ସଂକ୍ରମିତଙ୍କୁ ଚିହ୍ନଟ ହେବା ସହ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏଯାବତ୍ ଏହା ହେଉଛି, ଦକ୍ଷିଣ କୋରିଆରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ।

କୋରିଆ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍ ଏଜେନ୍ସି (କେଡିସିଏ) କହିଛି, ଆଜି ଦକ୍ଷିଣ କୋରିଆ ୬,୨୧,୩୨୮ ନୂତନ କୋଭିଡ୍-୧୯ ସଂକ୍ରମିତ ଏବଂ ୪୨୯ ମୃତ୍ୟୁ ରେକର୍ଡ କରିଛି। ଗତକାଲି ଅପେକ୍ଷା ଆଜିର ସଂକ୍ରମଣ ହାର ୫୫% ଅଧକ।

‘କେଡିସିଏ’ କହିଛି, ନୂତନ ସଂକ୍ରମଣ ସହ ଦକ୍ଷିଣ କୋରିଆର ସମୁଦାୟ ସଂକ୍ରମଣ ସଂଖ୍ୟା ୮,୨୫୦,୫୯୨ରେ ପହଞ୍ଚିଛି।

ଏହା ପୂର୍ବରୁ, ବୁଧବାର ଦିନ ଦକ୍ଷିଣ କୋରିଆ ୪,୦୦,୭୪୧ ନୂଆ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ କରିଥିଲା। ସେଥିରୁ ଅଧିକାଂଶ ସଂକ୍ରମଣ ମାମଲା ଆଞ୍ଚଳିକ ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୨୯୩ଜଣ କୋଭିଡ୍ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା।

ସମ୍ପ୍ରତି ସାମାଜିକ ଦୂରତ୍ବ ରକ୍ଷା ଭଳି କଟକଣା ଜାରି ରହିବ କି, କୋହଳ କରାଯିବା, ତାହା ଶୁକ୍ରବାର ଦିନ ଦକ୍ଷିଣ କୋରିଆ ସରକାର ଘୋଷଣା କରପାରନ୍ତି।