କଙ୍ଗନାଙ୍କ ଫିଲ୍ମ ପାଇଁ ଦେଶରେ ୨୦ ଦର୍ଶକ

କଙ୍ଗନାଙ୍କ ଫିଲ୍ମ ପାଇଁ ଦେଶରେ ୨୦ ଦର୍ଶକ

କଙ୍ଗନାଙ୍କ ଫିଲ୍ମ ପାଇଁ ଦେଶରେ ୨୦ ଦର୍ଶକ


ମୁମ୍ବାଇ: ବଲିଉଡର କୁଇନ ସେ । ବିବାଦର ରାଣୀ । ସବୁବେଳେ ନମ୍ବରୱାନରେ ରହନ୍ତି । ହେଲେ ଏଥର ଟାଏଁ ଟାଏଁ ଫିସ୍ । ବକ୍ସ ଅଫିସରେ ଚିତପଟାଙ୍ଗ ମାରିଛି  ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ୍’ । ଫିଲ୍ମଟି ଏତେ ଖରାପ ବ୍ୟବସାୟ କରିଛି ଯେ ସବୁ ଅଲୋଡ଼ା ରେକର୍ଡକୁ ଭାଙ୍ଗିଦେଇଛି । ଗୋଟିଏ ଦିନରେ କଙ୍ଗନାଙ୍କ ଫିଲ୍ମ ଦେଖିବାକୁ ସାରା ଦେଶରେ ମାତ୍ର ୨୦ଟି ଟିକେଟ ବିକ୍ରି ହୋଇଛି ଫିଲ୍ମ ହଲରେ । ଅର୍ଥାତ୍ ମାତ୍ର ୨୦ଜଣ ଦର୍ଶକ ଏ ଫିଲ୍ମ ଦେଖିବାକୁ ଆସିଥିଲେ ତାହା ପୁଣି ରିଲିଜ ହେବାର ଅଷ୍ଟମ ଦିନରେ । ସେ ଦିନ ସାରା ଦେଶରେ କଙ୍ଗନାଙ୍କ ଏ ଫିଲ୍ମ ବ୍ୟବସାୟ କରିଛି ମାତ୍ର ୪ ହଜାର ୪୨୦ ଟଙ୍କା । ଅର୍ଥାତ୍ ୫ ହଜାର ଟଙ୍କା ବି ଦିନକରେ ରୋଜଗାର କରିପାରିନି କଙ୍ଗନାଙ୍କ ଫିଲ୍ମ ।

  ଏମିତି ଏକ ବିରଳ ରେକର୍ଡର ଅଧିକାରୀ ହେବା ପରେ ସୋସିଆଲ ମିଡିଆରେ କଙ୍ଗନା ଟ୍ରୋଲ ହୋଇଛନ୍ତି । କିଏ କହିଛି, କଙ୍ଗନାଙ୍କ ଫିଲ୍ମ ଦେଖିବାକୁ ଦେଶରେ ମାତ୍ର ୨୦ଜଣ ଭକ୍ତ ଅଛନ୍ତି ତ ପୁଣି କିଏ ଆହୁରି ଅଧିକ କଟୁ କଥା ଓ କଟାକ୍ଷ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ବି ଏ ପ୍ରସଙ୍ଗ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ଏ ପ୍ରସଙ୍ଗରେ କଙ୍ଗନା ଏବେ ନୀରବ ରହିବାକୁ ଉଚିତ ମଣିଛନ୍ତି ।