ଓଡ଼ିଶା ଗସ୍ତରେ ଚେଲ୍ଲା କୁମାର
ଓଡ଼ିଶା ଗସ୍ତରେ ଚେଲ୍ଲା କୁମାର
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଙ୍ଗଠନିକ କାର୍ୟ୍ୟକ୍ରମକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ଚେଲ୍ଲା କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀରେ ଇନ୍ଦିରା ଗାନ୍ଧି ପାର୍କରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ସେ ଆଜି କଂଗ୍ରେସ ଭବନରେ ଆୟୋଜିତ ସେବା ଦଳ ପ୍ରସ୍ତୁତି ବୈଠକରେ ଯୋଗ ଦେବେ । କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର କେସରେ ପ୍ରାଣ ହରାଇଥିବା କୁଳମଣି ବରାଳ ପରିବାର ଲୋକଙ୍କୁ ଭେଟିବେ। ସେଠାରୁ ବାଙ୍କୀ ଯିବାର କାର୍ୟ୍ୟକ୍ରମ ରହିଛି । ମା’ ଚର୍ଚ୍ଚିକାଙ୍କୁ ଦର୍ଶନ କରିବାର କାର୍ୟ୍ୟକ୍ରମ ସାରିବା ପରେ ସେଠାରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବେ । ସଂଧ୍ୟାରେ ବାଲେଶ୍ୱରରେ ରାତ୍ରୀଯାପନ କରିବେ ।୨୧ ତାରିଖରେ ସକାଳ ସମୟରେ ବାଲେଶ୍ୱରରେ ସାଙ୍ଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ବାଲିଆପାଳ ଯାଇ ସେଠାରେ ଜନସାଧାରଣଙ୍କ ସହ ବୈଠକ କରିବେ । ପରେ ଭୁବନେଶ୍ୱରରେ ଆସି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ୟ୍ୟକାରିଣୀରେ ଯୋଗ ଦେଇ ସଂଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଥିବା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ମିଳିଛି ।




admin 