ଓଡ଼ିଶା ପୋଲିସ କେତେ ବିଶ୍ୱାସଭାଜନ ... ଜାଣନ୍ତୁ
ଓଡ଼ିଶା ପୋଲିସ କେତେ ବିଶ୍ୱାସଭାଜନ ... ଜାଣନ୍ତୁ
ନୂଆଦିଲ୍ଲୀ : ଇଣ୍ଡିଆନ ପୁଲିସ ଫାଉଣ୍ଡେସନ (ଆଇପିଏଫ) ଦ୍ୱାରା ସ୍ମାର୍ଟ ପୁଲିସିଂ ସର୍ଭେ-୨୦୨୧ ରିପୋର୍ଟ ଉନ୍ମୋଚିତ ହୋଇଛି । ସେବା ଓ ବିଶ୍ୱସନୀୟତା ଆଦି ଆଧାରକୁ ନେଇ ପ୍ରସ୍ତୁତ ଏହି ସର୍ଭେରେ ଓଡ଼ିଶା ପୁଲିସ ଅଷ୍ଟମ ସ୍ଥାନରେ ରହିଛି । ଆନ୍ଧ୍ର ପ୍ରଥମ ସ୍ଥାନରେ ଥିବାବେଳେ ବିହାର ତାଲିକାର ସବା ତଳେ ରହିଛି । ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି । ୧୦ଟି ଆଧାରକୁ ନେଇ ଏହି ସର୍ଭେ କରାଯାଇଥିଲା ।
ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପୁଲିସ ସମ୍ବେଦନଶୀଳତାରେ ଅଷ୍ଟମ, ଶୃଙ୍ଖଳା ଓ ଉତ୍ତମ ବ୍ୟବହାରରେ ଏକାଦଶ, ଉପଲବ୍ଧତାରେ ଏକାଦଶ, ଉତ୍ତରଦାୟିତ୍ୱରେ ଦଶମ, ଉପଯୋଗୀ ଓ ବନ୍ଧୁତ୍ୱରେ ତ୍ରୟୋଦଶ, ସୂଚନା ପ୍ରଯୁକ୍ତି ବିଦ୍ୟା ଆପଣାଇବାରେ ଦ୍ୱାଦଶ, ସ୍ୱଚ୍ଛ ଓ ନିରପେକ୍ଷତାରେ ଅଷ୍ଠମ, ର୍ଦୁନୀତିମୁକ୍ତ ସେବାରେ ସପ୍ତମ, ଉତ୍ତରଦାୟିତ୍ୱରେ ପଞ୍ଚମ, ଲୋକଙ୍କ ବିଶ୍ୱାସଭାଜନରେ ଦ୍ୱାଦଶ ସ୍ଥାନରେ ରହିଛି । ସଂସ୍ଥା ସାରା ଦେଶର ଏକ ଲକ୍ଷ ୬୧ ହଜାର ୧୯୨ ଲୋକଙ୍କ ଠାରୁ ପାଇଥିବା ମତାମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ୮୯୦ ଜଣ ଏହି ସର୍ଭେରେ ଅଂଶ ଗ୍ରହଣ କରିଥିଲେ । ଆଇପିଏଫର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ସିଂହ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ।




admin 