ଓଡିଶା ଦେଉଛି ସଞ୍ଜୀବନି : ୭ ରାଜ୍ୟକୁ ଗଲାଣି ୬୭ ଟ୍ୟାଙ୍କର ଅକ୍ସିଜେନ

ଓଡିଶା ଦେଉଛି ସଞ୍ଜୀବନି : ୭ ରାଜ୍ୟକୁ ଗଲାଣି ୬୭ ଟ୍ୟାଙ୍କର ଅକ୍ସିଜେନ

ଓଡିଶା ଦେଉଛି ସଞ୍ଜୀବନି : ୭ ରାଜ୍ୟକୁ ଗଲାଣି ୬୭ ଟ୍ୟାଙ୍କର ଅକ୍ସିଜେନ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ୭ ରାଜ୍ୟକୁ ଓଡିଶାରୁ ଅକ୍ସିଜେନ ଯୋଗାଣ କରାଯାଇଛି ବୋଲି ଜେଠୱା କହିଛନ୍ତି । ଗତ ୪ ଦିନ ଭିତରେ ୬୭ ଟ୍ୟାଙ୍କର ଅକ୍ସିଜେନ ପଠାଯାଇଛି । ନିର୍ବିଘ୍ନ ଯାତାୟାତ ପାଇଁ ସ୍ପେଶାଲ କରିଡର କରାଯାଉଛି । ସୀମାପାର ଯାଏ ଆମ ପାଇଲଟିଂ ଟିମ୍ ସୁରକ୍ଷା ଯୋଗାଉଛନ୍ତି । କେବଳ ପରିବହନ ନା ଉପôାଦନ କଥା ବି ରାଜ୍ୟ ବୁଝୁଛି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି । ଆମେ କିପରି ସୁବିଧାରେ ପରିବହନ ହୋଇପାରିବ ବୁଝୁଛୁ କହିଲେ ଜେଠୱା ।