ଓଡ଼ିଶାରେ ନାହିଁ କୋଇଲା ସଙ୍କଟ
ଓଡ଼ିଶାରେ ନାହିଁ କୋଇଲା ସଙ୍କଟ
ଭୁବନେଶ୍ୱର : ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଇଲା ସଙ୍କଟ ନାହିଁ । କିଛି ଦିନ ତଳେ ଓଡିଶାର ପାଓ୍ୱାର ଜେନେରେସନ୍ ନେଇ ସମୀକ୍ଷା ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେପରି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି, ସେଭଳି ସ୍ଥିତି ଓଡ଼ିଶାରେ ନାହିଁ। କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି। ଓଡ଼ିଶାର ସବୁ ପାଓ୍ୱାର ପ୍ଲାଣ୍ଟ ଗୁଡିକୁ ପର୍ୟ୍ୟାପ୍ତ କୋଇଲା ଯୋଗାଇବାକୁ ଏମ୍ସିଏଲ୍ ଏମ୍ଡିଙ୍କ ସହ ମୁଁ କଥା ହୋଇଛି । ଏ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ରାଜ୍ୟ ସରକାର ଲଗାତର ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ।
ଦେଶରେ ପାୱାର ପ୍ଲାଣ୍ଟ ପାଖରେ ଠିକ୍ ସମୟରେ କୋଇଲା ପହଞ୍ଚି ପାରୁନଥିବାର ବିଦ୍ୟୁତ ସଙ୍କଟ ସୃଷ୍ଟି ହେଉଛି । ସାରା ଦେଶରେ ଏବେ ଗ୍ରୀଷ୍ମ ଲହର ଜାରି ରହିଥିବା ବେଳେ ଏପରି ସ୍ଥିତିରେ ଘନ ଘନ ବିଜୁଳିକାଟ ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେଣୁ ଏହି ସଙ୍କଟ ଦୂର କରିବା ପାଇଁ ରେଳ ବିଭାଗ ଟ୍ରେନ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୬୫୭ଟି ପାସେଞ୍ଜର ଟ୍ରେନ ଗୁଡିକୁ ବାତିଲ କରାଯାଇଛି । କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ ଗୁଡିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଉକ୍ତ ପାସେଞ୍ଜର ଟ୍ରେନଗୁଡିକୁ ବାତିଲ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି ।
ପାୱାର ପ୍ଲାଣ୍ଟ ପାଇଁ ମୋଟ ୫୩୩ କୋଇଲା ରେକ୍ ବୋଝେଇ କରାଯାଇଛି । ବିଦ୍ୟୁତ କ୍ଷେତ୍ର ପାଇଁ ଗୁରୁବାର ୪୨୭ ରେକ୍ ବୋଝେଇ ହୋଇଥିଲା । ମୋଟ ୧.୬୨ ମିଲିୟନ ଟନ କୋଇଲା ଏହି କ୍ଷେତ୍ର ପାଇଁ ବୋଝେଇ କରାଯାଉଛି ।




admin 