ଏହି ଦେଶରେ ଝିଅମାନଙ୍କ ପସନ୍ଦ ମୋଟା ପୁଅ
ଏହି ଦେଶରେ ଝିଅମାନଙ୍କ ପସନ୍ଦ ମୋଟା ପୁଅ
ମୋଟା ପୁଅଙ୍କୁ ଝିଅମାନେ ଟିକେ ନାକ ଟେକନ୍ତି। ବିବାହ ଠିକ୍ ହୋଇଥିଲେ ମନା କରି ଦିଅନ୍ତି। ହେଲେ ଏମିତି ଏକ ଦେଶ ରହିଛି ଯେଉଁଠି ମୋଟା ପୁଅକୁ ଝିଅମାନେ ପସନ୍ଦ କରନ୍ତି। ଯଦି କୌଣସି ପୁଅ ମୋଟା କିମ୍ବା ଦେଖିବାକୁ ଆକର୍ଷଣୀୟ ହୋଇନଥାନ୍ତି, ସେମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ଏମିତି ଜନଜାତି ଅଛନ୍ତି ଯେଉଁମାନଙ୍କ ଜୀବନ ଶୈଳୀ ଓ ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଇଥୋପିଆର ସୁଦୂର ଇଲାକାରେ ରହୁଥିବା ବୋଦୀ ଜନଜାତିର ଲୋକଙ୍କ ମଧ୍ୟରେ ପ୍ରତିବର୍ଷ ଏକ ପ୍ରତିଯୋଗିତା ହୋଇଥାଏ । ସେଥିରେ ଦେଖାଯାଏ ଯେ କେଉଁ ପୁରୁଷ ମୋଟା । ଯିଏ ଏହି ପ୍ରତିଯୋଗିତାରେ ଜିତି ଥାଏ । ତାକୁ ସବୁଠୁ ହ୍ୟାଣ୍ଡସମ୍ ବୋଲି ଧରାଯାଏ ଓ ତାକୁ ବିବାହ କରିବା ପାଇଁ ଝିଅମମାନଙ୍କ ଲାଇନ୍ ଲାଗିଥାଏ । ଏଠାରେ ଲୋକମାନେ ମୋଟା ହେବାକୁ ବହୁତ ପରିଶ୍ରମ କରନ୍ତି । ମୋଟା ହେବା ପାଇଁ ସେମାନେ କ୍ଷୀର ସହ ରକ୍ତ ପିଇବାକୁ ପସନ୍ଦ କରିଥାନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ପୁରୁଷମାନେ ଅଲଗା କୁଡିଆରେ ରୁହନ୍ତି । ଏହି ସମୟରେ ପୁରୁଷ ଓ ନାରୀ ମଧ୍ୟରେ ଯୌନ ସମ୍ପର୍କ ରଖିବାକୁ ବାରଣ କରାଯାଏ । ପୁରୁଷମାନେ ଅଲଗା ରହୁଥିବା ସ୍ଥାନରେ ଅନେକ ପ୍ରକାର ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । କିନ୍ତୁ ସେମାନେ ବିନା ଡରରେ ରୁହନ୍ତି । ଏହି ଜନଜାତିର ପୁରୁଷମାନେ ଅଧିକ ମୋଟା ହେଲେ ହ୍ୟାଣ୍ଡସମ୍ ବୋଲି ଧରାଯାଉଥିବା ବେଳେ ଝିଅମାନଙ୍କ ଶରୀରରେ ଯେତେ ଅଧିକ ଦାଗ ରହିବ ସେ ସେତେ ସୁନ୍ଦର ବୋଲି କୁହାଯାଏ । ତେଣୁ ଝିଅମାନଙ୍କ ଶରୀରକୁ କାଟି ଜାଣି ଶୁଣି ଦାଗ କରାଯାଏ । ଏମିତି ଝିଅମାନଙ୍କୁ ଏହି ଜନଜାତିର ପୁୁରୁଷ ମାନେ ଅଧିକ ପସନ୍ଦ କରଥାନ୍ତି ।




admin 