ଏସ୍ଆରସି ହେଲେ ନିକୁଞ୍ଜ ଧଳ

ଏସ୍ଆରସି ହେଲେ ନିକୁଞ୍ଜ ଧଳ

ଭୁବନେଶ୍ବର: ବରିଷ୍ଠ ଆଇଏଏସ  ନିକୁଞ୍ଜ ଧଳ ହେଲେ ସ୍ବତନ୍ତ୍ର ରିଲିଫ କମିଶନର( ଏସଆରସି)। ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବା ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏଥିସହ ନିକୁଞ୍ଜଙ୍କୁ ଏସିଏସ ପାହ୍ୟା ମିଳିଛି। ଶକ୍ତି ସହ ଅବକାରୀ ସଚିବ ଦାୟିତ୍ବରେ ସେ ରହିବେ। ଗ୍ରୀଡକୋ ଏବଂ ଓବିସିଏଲ ଅଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିବେ। ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ପରେ  ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଏହି ଦାୟିତ୍ବ ଗ୍ରହଣ କରିବେ। ପୂର୍ବରୁ ଏସଆରସି ଦାୟିତ୍ବରେ ପ୍ରଦୀପ ଥିବାରୁ ତାଙ୍କୁ  ସ୍ଥାନରେ ବରିଷ୍ଠ ଆଇଏଏସ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ମିଳିଛି।