ପିଡିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ନେଇ ଏହା କହିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଭୁବନେଶ୍ବର : ପିଡିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନକୁ ଗୁଜବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହା ଭିଟାମିନ ଯୁକ୍ତ ଚାଉଳ । ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହି ଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । ସଚେତନତା ପରେ ଲୋକେ ଜାଣି ପାରିଲେ ଯେ ଏହା ଭିଟାମିନ ଯୁକ୍ତ ଚାଉଳ ।
ବର୍ତ୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ ଗୋଟେ କୁଇଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ମିଶା ଯାଉଛି କ୍ଷ ଚଳିତ ଫେବୃଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି କ୍ଷ ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି । ତା’ପରେ ଯାଇ ପିଡିଏସରେ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।




admin 