ଏଲନଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

ଏଲନଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

ଏଲନଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ବିଟର ବ୍ଲୁ ଟିକ୍ ପାଇଁ ଅର୍ଥ ନିର୍ଦ୍ଧାରିତ କରିଛି। ଏଲନ ମସ୍କ ଏନେଇ ସୂଚନା ଦେଇଛନ୍ତି। ମସ୍କ ଟ୍ବିଟରରେ କହିଛନ୍ତି ଯେ ବ୍ଳୁ  ଟିକ୍ ପାଇଁ ୟୁଜର୍ସଙ୍କୁ ଏଣିକି ୮ ଡଲାର (୬୬୦ ଟଙ୍କା) ଦେବାକୁ ପଡ଼ିବ।

ଅବଶ୍ୟ ଏନେଇ ସ୍ପଷ୍ଟ ଭାବରେ କୁହାଯାଇନାହିଁ ଯେ ଏହି ଦେୟ ସବୁ ଦେଶ ପାଇଁ ସମାନ ରହିବ କିମ୍ବା ଭିନ୍ନ ଭିନ୍ନ। ଭାରତରେ ଟ୍ବିଟର ବ୍ଳୁ ସବସ୍କ୍ରିପସନର ଦାମ୍ କେତେ ହେବ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ସେ କହିଛନ୍ତି ଯେ ବ୍ଲୁ ଟିକ୍ ସବସ୍କ୍ରିପସନ ଯୋଗେ ଲୋକଙ୍କୁ ଅଧିକ ଫାଇଦା ମିଳିବ।

ଟ୍ବିଟର ବ୍ଳୁ ସବସ୍କ୍ରିପସନ ରେ ରିପ୍ଲାଏ, ମେନସନ ଏବଂ ସର୍ଚ୍ଚ ପ୍ରାଇଅରିଟି ମିଳିବ। ଏଲନ ମସ୍କଙ୍କ ଅନୁଯାୟୀ ଏହି ଫିଚର ଯୋଗୁଁ ସ୍ପାମ ଏବଂ ସ୍କାମ ଉପରେ ଲଗାମ ଲଗାଯାଇପାରିବ। ଟ୍ବିଟର ବ୍ଲୁ ସବସ୍କ୍ରିପସନ ଅନୁଯାୟୀ ୟୁଜର୍ସ ଏବେ ଅଧିକ ସମୟର ଅଡିଓ ଏବଂ ଭିଡିଓ ପୋଷ୍ଟ କରିପାରିବେ। ଟ୍ବିଟର ବ୍ଳୁ ସବସ୍କ୍ରାଇବରଙ୍କୁ ସାଧାରଣ ସବସ୍କ୍ରାଇବରଙ୍କ ତୁଳନାରେ ଅଧା ବିଜ୍ଞାପନ ଦେଖିବାକୁ ମିଳିବ। ମସ୍କ କହିଛନ୍ତି ଯେ ଯଦି ପବ୍ଳିସର୍ସ ଟ୍ବିଟର ସହ କଣ୍ଟ୍ରାକ୍ଟ କରୁଛନ୍ତି ତେବେ ଟ୍ବିଟର ବ୍ଲୁ ସବସ୍କ୍ରାଇବର ପେଡ୍ ଆର୍ଟିକିଲ ମଧ୍ୟ ମାଗଣାରେ ପଢ଼ିପାରିବେ। ଏଲନ ମସ୍କଙ୍କ ଅନୁଯାୟୀ ଟ୍ବିଟର ବ୍ଲୁ ସବସ୍କ୍ରିପସନ କାରଣରୁ ଟ୍ବିଟରର ଆୟ ବଢ଼ିବ ଏବଂ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ରିଓ୍ବାର୍ଡ ମଧ୍ୟ ମିଳିବ।