ଏଣିକି ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା : ମୁଖ୍ୟମନ୍ତ୍ରୀ
ଏଣିକି ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା : ମୁଖ୍ୟମନ୍ତ୍ରୀ
admin
Apr 9, 2021 - 11:04
Updated: Apr 9, 2021 - 11:04
ଭୁବନେଶ୍ୱର : ଏଣିକି ମାସ୍କ ପିନ୍ଧିବା ପାଇଁ ସମସ୍ତେ ବାଧ୍ୟ । ଯିଏ ନପିନ୍ଧିବ ସେ ଦୁଇଗୁଣା ତଣ୍ଡ ଗଣିବ । ଆସନ୍ତା ୧୪ ଦିନ ଧରି ଧରପଗଡ଼ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ପାଇଁ ଆହ୍ୱାନ ଦେବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏବେ କୋଭିଡ଼ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଏହା ଶୀଘ୍ର ବ୍ୟାପୁଛି । ବିଭିନ୍ନ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫୁ୍ୟ ଆରମ୍ଭ ହୋଇଗଲାଣି । ଆମେ କୋଭିଡ଼ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା । ଏଥିପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଆରମ୍ଭ କରିବା । ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ, ଠିକ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେହିପରି ବିନା ମାସ୍କରେ ଆମେ କେବେବି ଘରୁ ବାହାରିବା ନାହିଁ । ମା’ମାନଙ୍କୁ ଅନୁରୋଧ ପରିବାର ଲୋକେ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ । ମା’ମାନେ ସତର୍କ ହେଲେ କେବେବି କରୋନା ଘରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ମା’ମାନେ ଘର ଜଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତି ଦେଇ ଗତି କରିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମାସ୍କ ନପିନ୍ଧିଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟଯେ, ପୂର୍ବରୁ ନବୀନ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ । ପଶ୍ଚିମ ଓଡ଼ିଶାରେ କରୋନା ମୁକାବିଲା ନେଇ ସମସ୍ତ ଭିତିଭୂମି ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟବ୍ୟାପୀ ୧୦ ଦିନିଆ ସ୍ୱତନ୍ତ୍ର ପୁଲିସ ଡ୍ରାଇଭ ଜାରି ରଖିବାକୁ ବି ନିଦେ୍ର୍ଧଶ ଦିଆଯାଇଥିଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକରେ ଆଲୋଚନା କରିଥିଲେ ।