ଆଗାମୀ ୧୪ ଦିନ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ: ନବୀନ

ଆଗାମୀ ୧୪ ଦିନ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ: ନବୀନ

ଆଗାମୀ ୧୪ ଦିନ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ:  ନବୀନ
ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୧୪ ଦିନ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି, ମାନବ ଇତିହାସରେ ଏଭଳି ସଂକଟ ବେକେ ବି ଆସିନଥିଲା । ସମସ୍ତଙ୍କ ସହଯୋଗରୁ ଆମେ ଅନେକ ଜୀବନ ରକ୍ଷା କରିଛେ । ଆମ ରାଜ୍ୟରେ ମୃତୁ୍ୟ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି ବୋଲି ନବୀନ କହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟକର୍ଫୁ୍ୟ ଆରମ୍ଭ ହେଲାଣୀ । ଆମେ କୋଭିଡ ନିମୟ ମାନିଲେ କରୋନା ସଂକ୍ରମଣ ରୋକିବପାରିବା । ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା । ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବେକରେ ଝୁଲାଇ ନୁହେଁ, ଠିକ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧିବା ଦରକାର ରହିଛି । ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ମାଆ ମାନଙ୍କୁ ଅନୁରୋଧ ପରିବାର ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ , ମାଆ ମାନେ ସତର୍କ ହେଲେ ବି କରୋନା ଘରକୁ ଆସିପାରିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।