ଏଣିକି ଆଇଏଫଏମଏସରେ ସବୁ ସରକାରୀ ଦେଣନେଣ

ଏଣିକି ଆଇଏଫଏମଏସରେ ସବୁ ସରକାରୀ ଦେଣନେଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଇଏଫଏମଏସ (ଇଣ୍ଟିଗ୍ରେଟେଡ ଫାଇନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ) ପ୍ଲାଟଫର୍ମରେ ଏଣିକି ସବୁ ସରକାରୀ ଦେଶ ନେଣ ହେବ । ଏ ଦିଗ ପ୍ରତି ବିଭାଗୀୟ ସଚିବମାନେ ଧ୍ୟାନ ଦେବାକୁ ଚିଠି ଲେଖିଛି ଅର୍ଥ ବିଭାଗ । ବିନା ବାଧାରେ ଯେପରି ଇଲୋକ୍ଟୋନିକ ମୋଡ ଯଥା ୟୁପିଆଇ, ନେଟ ବ୍ୟାଙ୍କିଂ, ଡେବିଟ କାର୍ଡ, କ୍ରେଡିଟ କାର୍ଡରେ କାରବାର କରିହେବ ସେଥିପାଇଁ ଆଇଏଫଏମଏସ ପ୍ଲାଟଫର୍ମ ବ୍ୟବହାର ଉପରେ ଜୋର ତିଆଯାଇଛି । ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ଅର୍ଥ ବିଭାଗ ପ୍ରମୁଖ ସଚିବ ଏ କେ ମୀନା ଦର୍ଶାଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଇଲେକଟ୍ରୋନିକ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ତାଙ୍କ ପ୍ରାପ୍ୟ ପଠାଉଛନ୍ତି । ଅଧିକ ସଂଖ୍ୟାରେ ହିତାଧିକାରୀଙ୍କ ସିଧାସଳଖ ଟଙ୍କା ପଠାଇବାକୁ ଆଇଏଫଏମଏସ ଯଥେଷ୍ଟ ସାହାଯ୍ୟ କରୁଛି । କମ୍ ସମୟରେ ବିନା ବାଧାରେ ଏ ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି । ତେଣୁ ଏଣିକି ସମସ୍ତ ପ୍ରଶାସନିକ ବିଭାଗ ସରକାରୀ ଦେୟ ଓ ଟିକସ ଆଇଏଫଏମଏସ ଜରିଆରେ ସଂଗ୍ରହ କରିବା ଏବଂ ପାଣ୍ଠି ଆବଣ୍ଟନ କରିବାକୁ ଶ୍ରୀ ମୀନା ପରାମର୍ଶ ଦେଇଛନ୍ତି ।