ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ

ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ଶ୍ରୀ ମଦନ ମୋହନ ସେଠୀ ସାକ୍ଷାତ କରିଥିଲେ l  ସାକ୍ଷାତକାର ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ l  ବିଦେଶରେ ଆମ ଓଡ଼ିଆ ଲୋକମାନେ ଉଚ୍ଚପଦପଦବୀରେ କାର୍ଯ୍ୟ କରୁଥିବା ଦେଖି ଖୁବ୍ ଖୁସି ଲାଗୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ l ସାକ୍ଷାତ ସମୟରେ ନ୍ୟୁଜିଲ୍ୟାଣ୍ଡରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ଭିତ୍ତିକ ଏକ ଆଲୋଚନା ହୋଇଥିଲା l ଶ୍ରୀ ସେଠୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନ୍ୟୁଜିଲ୍ୟାଣ୍ଡ ଆସିବାକୁ ନିମନ୍ତ୍ରଣ କରିଥିଲେ । ଓଡ଼ିଶା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କୃଷି କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ ।