COTPA ଆଇନ୍ କଡାକଡି ଲାଗୁ ଦାବିରେ କଂଗ୍ରେସର ବିକ୍ଷୋଭ

COTPA ଆଇନ୍ କଡାକଡି ଲାଗୁ ଦାବିରେ କଂଗ୍ରେସର ବିକ୍ଷୋଭ

ପୁରୀରେ ଛାତ୍ର କଂଗ୍ରେସ ତରଫରୁ ବାଇକ୍ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୀର ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ମାଦକ ଦ୍ରବ୍ୟ ବନ୍ଦ ପାଇଁ ଦଳ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି । ସିଗାରେଟ ଏବଂ ଅନ୍ୟ ମାଦକ ଦ୍ରବ୍ୟ ଉତ୍ପାଦ ବା COTPA ଆଇନ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ମାଦକ ଦ୍ରବ୍ୟ ବିକ୍ରି କରାଯିବା କଥା ନୁହେଁ। ମାତ୍ର ଏହାର ଖୋଲାଖୋଲି ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ବିଶେଷକରି ପୁରୀ VIP ରୋଡରେ ଥିବା ମଦ କାଉଣ୍ଟର ଟି ପୁରୀରେ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ନିକଟ ତଥା କଂଗ୍ରେସ୍ ଭବନ ସମ୍ମୁଖ ଏବଂ ପୁରୀ ଜିଲ୍ଲା ସ୍କୁଲ ର ନିକଟରେ ରହିଛି  ।ଏହିଭଳି ଅନେକ ମଦ ଓ ଅନ୍ୟ ନିଶା ଦ୍ରବ୍ୟ ଦୋକାନ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ରହିଥିବା ବେଳେ ଛାତ୍ର ସମାଜ ଉପରେ ଏହାର କୁ ପ୍ରଭାବ ପଡୁଛି ।ସିଗାରେଟ ଏବଂ ଅନ୍ୟାନ୍ୟ ନିଶା ମଧ୍ୟ ଅତି ନିକଟରେ ଉପଲବ୍ଧ ହେଉଥିବାରୁ ଏହାର ଶିକାର ହେଉଛନ୍ତି ନୂତନ ଛାତ୍ର ପୀଢ଼ି । ତେଣୁ ଏହାକୁ ସମ୍ପୁର୍ଣ୍ଣ ବିରୋଧ କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ର ୧୦୦ ମିଟର ଭିତରେ କିଭଳି କୌଣସି ମାଦକ ଦ୍ରବ୍ୟ ବିକ୍ରି କରାଯିବ ନାହିଁ,ସେନେଇ ଦାବି କରିଛି ଦଳ ।