ଉତରାଖଣ୍ଡ ବନ୍ୟା : ୧୫ ଜଣଙ୍କ ମୃତଦେହ ଉଦ୍ଧାର

ଉତରାଖଣ୍ଡ ବନ୍ୟା : ୧୫ ଜଣଙ୍କ ମୃତଦେହ ଉଦ୍ଧାର

ଉତରାଖଣ୍ଡ ବନ୍ୟା : ୧୫ ଜଣଙ୍କ ମୃତଦେହ ଉଦ୍ଧାର
ଡେରାଡୁନ: ଦେବଭୂମୀ ଉତ୍ତରାଖଣ୍ଡରେ ଗତକାଲି ଗ୍ଲାସିୟର ଭାଙ୍ଗିବା କାରଣରୁ ଚମୋଲିରେ ବଡ ଧରଣର ଅଘଟଣ ଘଣିଛି, ଦେବଭୂମିରେ ପୁଣିଥରେ ଜଳପ୍ରଳୟ ସୃଷ୍ଟି ହୋଇଛି । ପାଣିର ସ୍ରୋତରେ ବହୁତ କିଛି ଭାସି ଯାଇଛି । ପ୍ଲାଣ୍ଟରୁ ନେଇ ପୋଲ ଓ ଘରଦ୍ବାର ସବୁକିଛି କ୍ଷତିଗ୍ରସ୍ତ ହୋଇଛି । ଏପର୍ୟ୍ୟନ୍ତ ୧୫ ଜଣଙ୍କର ମୃତଦେହ ମିଳିସାରିଥିବା ବେଳେ ୧୫୩ ଜଣଙ୍କର ପତ୍ତା ମିଳୁନି । ସ୍ଥାନୀୟ ପ୍ରଶାସନରୁ ନେଇ ସେନା ପର୍ୟ୍ୟନ୍ତ ରେସକ୍ୟୁ ଅପରେସନ୍ ଜାରି ରଖିଛନ୍ତି । ସୋମବାର ସକାଳେ ପୁଣିଥରେ ତପୋବନ ସୁରଡ ପାଖରେ ରେସକ୍ୟୁ ଅପରେସନ୍ କରାଯାଇଥିଲା । ଅପରେସନରେ ସେନାର ଇଞ୍ଜିନିୟରମାନେ ମଧ୍ୟ ଳାଗିଛନ୍ତି । ଦେବଭୂମି ଉତ୍ତରାଖଣ୍ଡରେ ସାଢ଼େ ୭ ବର୍ଷ ପରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ମହାପ୍ରକୋପ । ଚାମୋଲି ଜିଲ୍ଲାରେ ଥିବା ଏକ ବରଫ ପାହାଡ଼ ହଠାତ୍‌ ଧସିବାରୁ ଜଳପ୍ରଳୟ ମାଡ଼ିଆସିଥିଲା । ଫଳରେ ଋଷିଗଙ୍ଗା ଓ ଧଉଳିଗଙ୍ଗା ନଦୀରେ ଭୟାବହ ବନ୍ୟା ଆସିଥିଲା । ଏହାଦ୍ୱାରା ସେହି ନଦୀରେ ନିର୍ମିତ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ଭାସିଯାଇଥିଲା ।