ଇସଲାମ ମୌଳବାଦକୁ ଭାରତର ଭର୍ତ୍ସନା : ମାକ୍ରୋନଙ୍କ ପ୍ରତି ସମର୍ଥନ ଜାହିର କଲା ବୈଦେଶିକ ମନ୍ତ୍ରାଳୟ

ଇସଲାମ ମୌଳବାଦକୁ ଭାରତର ଭର୍ତ୍ସନା : ମାକ୍ରୋନଙ୍କ ପ୍ରତି ସମର୍ଥନ ଜାହିର କଲା ବୈଦେଶିକ ମନ୍ତ୍ରାଳୟ

ଇସଲାମ ମୌଳବାଦକୁ ଭାରତର ଭର୍ତ୍ସନା : ମାକ୍ରୋନଙ୍କ ପ୍ରତି ସମର୍ଥନ ଜାହିର କଲା ବୈଦେଶିକ ମନ୍ତ୍ରାଳୟ
ନୂଆଦିଲ୍ଲୀ : ଇସଲାମ ମୌଳବାଦକୁ ଭର୍ତ୍ସନା କରିବା ସହିତ ଫ୍ରାନ୍ସ ପ୍ରତି ନିଜର ସମର୍ଥନ ଜାହିର କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ମହମ୍ମଦଙ୍କ କାର୍ଟୁନକୁ ନେଇ ଜଣେ ଶିକ୍ଷକଙ୍କ ମୁଣ୍ଡ କାଟ ଘଟଣା ପରେ ଫ୍ରାନ୍ସରେ ଇସଲାମ ମୌଳବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ଇସଲାମିକ ରାଷ୍ଟ୍ର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସମାଲୋଚନା କରିବା ସହିତ ଫ୍ରାନ୍ସ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାର ଧମକ ଦେଇଥିଲେ । ଏହି ଘଟଣା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପ୍ରତି ଭାରତ ସରକାର ସମର୍ଥନର ହାତ ବଢାଇଥିଲେ । ରାଷ୍ଟ୍ରପତିଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଇସଲାମ ମୌଳବାଦକୁ ନିନ୍ଦା କରୁଥିବା ନେଇ ଭାରତ ବାର୍ତ୍ତା ଦେଇଥିଲା । ବୁଧବାର ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ଫ୍ରାନ୍ସ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ଭାରତ ଏବଂ ଫ୍ରାନ୍ସ ପରସ୍ପର ଉପରେ ସଦା ସର୍ବଦା ବିଶ୍ୱାସ କରି ପାରିବେ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନିନ ଟ୍ୱିଟ କରିଛନ୍ତି । ଏହି ଘଟଣାକୁ ନେଇ ଏକ ଅନଲାଇନ ସର୍ବେକ୍ଷଣ ମଧ୍ୟ କରାଯାଇଥିଲା । ସର୍ବେକ୍ଷଣରେ ୮୭ ପ୍ରତିଶତ ଲୋକ ଇସଲାମ ଧର୍ମନିରପେକ୍ଷ ସମାଜ ପ୍ରତି ବିପଦ ବୋଲି ମତ ଦେଇଥିଲେ । ଏହା ସହିତ ଇସଲାମ ଫ୍ରାନ୍ସ ବିରୋଧରେ ଯୁଦ୍ଧ ଘୋଷଣା କରୁଥିବା ନେଇ ୭୯ ପ୍ରତିଶତ ଲୋକ ମତ ଦେଇଥିଲେ ।