ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ କାହିଁକି

ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ କାହିଁକି

ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦଳ ବ୍ୟାରେଲ ପିଛା ୫୦ ଡଲାର ଅତିକ୍ରମ କରିଛି । ମାର୍ଚ୍ଚରୁ ପ୍ରଥମ ଥର ପାଇଁ ଏହା ୫୦ ଡଲାର ଟପିଛି । ଏଭଳି କ୍ଷେତ୍ରରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଅଶୋଧିତ ତୈଳ ର ବର୍ଦ୍ଧିତ ଦର ଯୋଗୁଁ ଗତ ୩ ସପ୍ତାହରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୨.୬୦ ଟଙ୍କା ଏବଂ ୩.୪୦ ଟଙ୍କା ମହଙ୍ଗା ହୋଇଛି । ନଭେମ୍ବର ଆରମ୍ଭରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୧ ଡଲାର ବୃଦ୍ଧି ଘଟିଛି । ଟିକାକୁ ନେଇ ସକାରାତ୍ମକ ଖବର ଆସିବା ଯୋଗୁ ତୈଳ ବଜାରରେ ଉତ୍ସାହ ଦେଖାଦେଇଛି । ରନ୍ଧନ ଚାହିଦାରେ ସୁଧାର ଆସିଛି । କେତେକ ରାଷ୍ଟ୍ରରେ ଟିକାକୁ ମଞ୍ଜୁରି ମିଳିଗଲାଣି । ଅନ୍ୟ କେତେକ ରାଷ୍ଟ୍ରରେ ଫାର୍ମା କମ୍ପାନୀ ଗୁଡ଼ିକ ମଞ୍ଜୁରି ଅପେକ୍ଷାରେ ଅଛନ୍ତି । ଏହା ମଧ୍ୟରେ ନଭେମ୍ବରରୁ ଅଶୋଧିତ ତୈଳ ୨୮% ବୃଦ୍ଧି ପାଇଛି ।