ଆହୁରି ଖସିଲା, ଦିନକରେ ୫୮୯୧

ଆହୁରି ଖସିଲା, ଦିନକରେ ୫୮୯୧

ଆହୁରି ଖସିଲା, ଦିନକରେ ୫୮୯୧

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।  ଗତକାଲି ରାଜ୍ୟରେ ୭ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୫ହଜାର ୮୯୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪୧୩ଜଣ ରହିଥିବାବେଳେ ୨୪୭୮ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୮୫୨ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

 ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୧ହଜାର ୫୦୦, ଅନୁଗୁଳରୁ ୧୦୬, କଟକରୁ ୪୮୨, ବାଲେଶ୍ୱରରୁ ୨୩୪, ବରଗଡରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରୁ ୯୩, ଦେବଗଡରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୧୧୪, କେନ୍ଦୁଝରରୁ ୧୩୭, କେରାପୁଟରୁ ୧୨୮, ମାଲକାନାଗିରିରୁ ୫୨, ମୟୂରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡରୁ ୨୦୫, ନୂଆପଡାରୁ ୫୬, ପୁରୀରୁ ୬୩, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୫୮,  ସୋନପୁରରୁ ୨୦, ସୁନ୍ଦରଗଡରୁ୫୦୧, ରାଜ୍ୟପୁଲରୁ ୨୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୭ହଜାର ୮୪୨କୁ ବୃଦ୍ଧି ପାଇଛି।