କୋଟିଆ ଶୁଣାଣି ୪ ସପ୍ତାହ ଘୁଂଚିଲା
କୋଟିଆ ଶୁଣାଣି ୪ ସପ୍ତାହ ଘୁଂଚିଲା
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଉଭୟ ରାଜ୍ୟ ଓଡ଼ିଶା ଏବଂ ଆନ୍ଧ୍ର ସରକାର ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଜାରି ରହିଛି । ପୂର୍ବ ଶୁଣାଣିରେ ଉଭୟ ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆନ୍ଧ୍ର ସରକାରଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଥିଲେ ଓ ଗତ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରିଥିଲେ ଯାହାର ନିଷ୍କର୍ସ ବାବଦରେ ଆଜି ଉଭୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପରେ ଏହି ପ୍ରସଙ୍ଗରେ ଶୁଣାଣି କରାଯିବ ।




admin 