ଆସନ୍ତାକାଲି ପୁଣି ବସିବେ ମୋଦି, ବଡ଼ ଘୋଷଣା କରିବାର ସମ୍ଭାବନା

ଆସନ୍ତାକାଲି ପୁଣି ବସିବେ ମୋଦି, ବଡ଼ ଘୋଷଣା କରିବାର ସମ୍ଭାବନା

ଆସନ୍ତାକାଲି ପୁଣି ବସିବେ ମୋଦି, ବଡ଼ ଘୋଷଣା କରିବାର ସମ୍ଭାବନା
କରୋନା ଭାଇରସ ପରିସ୍ଥିତିକୁ ନେଇ ଦେଶ ଏବେ ଲକଡାଉନରେ ଥିବାବେଳେ ଦେଶବାସୀଙ୍କୁ ମୋଦୀ ଆସନ୍ତା କାଲି ସକାଳ ୯ଟା ବେଳେ ଏକ ଭିଡିଓ ବାର୍ତ୍ତା ଜାରି କରିବେ । ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି। ଆଜି ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୋଦୀଙ୍କ ଭିଡିଓ ବାର୍ତ୍ତା ସଂପର୍କିତ ଘୋଷଣା ସୂଚାଉଛି ଯେ ସେ କୌଣସି ବଡ଼ ଘୋଷଣା କରିପାରନ୍ତି । ଗତ ମାର୍ଚ୍ଚ ୨୪ ତାରିଖରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଲକଡାଉନ ଘୋଷଣା କରିଥିଲେ ମୋଦୀ । ଠିକ ଏହା ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥର ଠିକ ସେପରି ହୋଇଥିବାରୁ ଏହି ଭିଡିଓ ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଉଛି ।