ଆରପାରିରେ ବିଜୟ ମହାନ୍ତି
ଆରପାରିରେ ବିଜୟ ମହାନ୍ତି
admin
Jul 20, 2020 - 18:06
Updated: Jul 20, 2020 - 18:06
ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତୁ୍ୟ ହୋଇଛି ।
୧୯୫୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ସ୍କୁଲରେ ଅଧ୍ୟୟନ କାଳରେ ସେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ । ବିଏ ପାଶ କରିବା ପରେ ସେ ନାସନାଲ ସ୍କୁଲ ଅଫ ଡ୍ରାମାରେ ପ୍ରଶିକ୍ଷଣ ନେଇଥିଲେ । ନାସିରୁଦ୍ଧିନ ଶାହା, ରାଜ ବାବର ଓ ଓମପୁରୀଙ୍କ ଭଳି ପ୍ରଖ୍ୟାତ ବଲିଉଡ଼ ଅଭିନେତା ତାଙ୍କର ସହପାଠୀ ଥିଲେ । ୧୯୭୫ ପର୍ଯ୍ୟନ୍ତ ସେ ଦିଲ୍ଲୀର ବିଭିନ୍ନ ଥିଏଟରରେ ଅଭିୟନ କରୁଥିଲେ । ଓଡ଼ିଶା ଆସିବା ପରେ ସେ ବହୁ ନାଟକରେ ନିଦେ୍ର୍ଧଶନା ଦେବା ଆରମ୍ଭ କରିଥିଲେ ।
୧୯୭୭ରେ ଓଡ଼ିଆ ସିନେମା ‘ଚିଲିକା ତୀରେ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ଏହି ସିନେମାଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ପ୍ରାରମ୍ଭିକ ସମୟରେ ସେ ନେଗେଟିଭ ଚରିତ୍ରରେ ହିଁ ସିନେମା କରୁଥିଲେ । ନାଗ ଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଓ ଚକା ଆଖି ସବୁ ଦେଖୁଛି ଭଳି ହିଟ ସିନେମାରେ ସେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ନିଜ ସିନେ କ୍ୟାରିୟରରେ ବିଜୟ ମହାନ୍ତି ହିରୋ, ଭିଲିୟାନ, କମେଡ଼ିଆନ, ଚରିତ୍ର ଆଦି ସମସ୍ତ କ୍ଷେତ୍ରରେ ଅଭିନୟର ପାରଦର୍ଶିତା ଦେଖାଇଥିଲେ । ଆରତୀ, ମମତା ମାଗେ ମୂଲ, ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ ମାଇ ଇଣ୍ଡିଆ ଭଳି ସିନେମାରେ ବି ଅଭିନୟ କରିଥିଲେ । ଭୁଲି ହୁଏନା ସିନେମାର ସେ ଥିଲେ ନିଦେ୍ର୍ଧଶକ । ୧୯୭୭ରେ ସେ ଉକôଳ ସଂଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଉକ୍ତ ଅନୁଷ୍ଠାନରେ ସେ ପ୍ରଫେସର ମଧ୍ୟ ଥିଲେ ।