ଆରଟିଓ ଅଫିସକୁ ଦଲାଲମୁକ୍ତ କର: ନବୀନ

ଆରଟିଓ ଅଫିସକୁ ଦଲାଲମୁକ୍ତ କର: ନବୀନ

ଆରଟିଓ ଅଫିସକୁ ଦଲାଲମୁକ୍ତ କର: ନବୀନ
ଭୁବନେଶ୍ୱର: ଖୁବଶୀଘ୍ର ଆରଟିଓ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବ । କାରଣ ଏନେଇ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚାରିଆଡେ଼ ଧରପଗଡ଼ ଚାଲିଛି । ଆଉ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ କାର୍ଯ୍ୟାଳୟରେ ଭିଡ଼ ଲାଗୁଛି । ଯାହା ଦଲାଲମାନଙ୍କ ପାଇଁ ପୌଷ ମାସ ସଦୃଶ ହୋଇଛି । ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ତେବେ ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଟିଓ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଆରଟିଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ମୁଖ୍ୟମନ୍ତ୍ରୀ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ଲୋକଙ୍କୁ ସହଜରେ ଡିଏଲ ଓ ଗାଡ଼ି କାଗଜପତ୍ର ଦେବାକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଗତକାଲି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ ।