ଆମେରିକାରେ ଫାଇଜରକୁ ସବୁଜ ସଙ୍କେତ

ଆମେରିକାରେ ଫାଇଜରକୁ ସବୁଜ ସଙ୍କେତ

ଆମେରିକାରେ ଫାଇଜରକୁ ସବୁଜ ସଙ୍କେତ
ୱାଶିଂଟନ: ଫାଇଜର ଏବଂ ବାୟୋନେଟକ ଦ୍ୱାରା ବିକଶିତ ହୋଇଥିବା କରୋନା ଟିକାକୁ ଆମେରିକାରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ସବୁଜ ସଙ୍କେତ ମିଳିଛି । ବି୍ରଟେନ, ବାହାରିନ, କାନାଡା ଓ ସାଉଦି ଆରବରେ ଅନୁମତି ପାଇ ସାରିଥିବା ଏହି ଟିକା ଖୁବଶୀଘ୍ର ଆମେରିକାବାସୀଙ୍କ ନିମନ୍ତେ ଉପଲବ୍ଧ ହେବା ନେଇ ଆଶା ସୃଷ୍ଟି ହୋଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଗଠନ କରିଥିବା ବିଶେଷଜ୍ଞ କମିଟି ଫାଇଜର ଟିକାକୁ ଆମେରିକାରେ ଜରୁରୀକାଳୀନ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଚନ୍ତି । ୨୧ ଜଣ ଟିକା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୭ ଜଣ ଟିକା ସପକ୍ଷରେ ମତ ଦେଇଥିବା ବେଳେ ୪ ଜଣ ଟିକା ବିପକ୍ଷରେ ମତ ଦେଇଥିଲେ ଓ ଜଣେ ମତଦାନରୁ ବିରତ ହୋଇଥିଲେ । ଏଣୁ ବିଶେଷଜ୍ଞ କମିଟି ଟିକାକୁ ସ୍ୱୀକୃତି ଦେଇଥିବା ଗ୍ରହଣ କରାଯାଇଛି । ବର୍ତ୍ତମାନ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)ର ନିଷ୍ପତ୍ତିକୁ ଅପେକ୍ଷା ରହିଛି ।