ଆବୁଧାବିରେ ଡ୍ରେନ୍‌ ଆଟକ, ୨ ଭାରତୀୟ ମୃତ

ଆବୁଧାବିରେ ଡ୍ରେନ୍‌ ଆଟକ, ୨ ଭାରତୀୟ ମୃତ

ଆବୁଧାବିରେ ଡ୍ରେନ୍‌ ଆଟକ, ୨ ଭାରତୀୟ ମୃତ

ଦୁବାଇ: ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କ ଜୀବନ ଯାଇଛି। ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୁଲିସ୍ କହିଛି, ୩ଟି ତେଲ ଟ୍ୟାଙ୍କର୍କୁ ଟାର୍ଗେଟ କରି ଆଜି ଡ୍ରୋନ ଦ୍ୱାରା ହମଲା କରାଯାଇଥିଲା। ଏଥିଯୋଗୁ ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥଳରେ ମଧ୍ୟ ନିଆଁ ଲାଗିଯାଇଛି। ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ୩ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ନିଆଁ ସଂପୂର୍ଣ୍ଣ ଆୟତ୍ତକୁ ଆସି ସାରିଥିବା ପୁଲିସ୍ କହିଛି।

ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ରବିବାର ୟୁଏଇର ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସନ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ସହ ମୁନ ବୈଠକ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଦକ୍ଷିଣ କୋରିଆ ଠାରୁ ୟୁଏଇ ୩.୫ ବିଲିୟନ ଡଲାର ଦେଇ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯିବାର କ୍ଷମତା ରଖିଥିବା ମିଶାଇଲ କିଣିବ। ଏହି ଚୁକ୍ତିର ଦିନକ ପରେ ହିଁ ଡ୍ରୋନ ଆଟାକ ହୋଇଛି।