ଆପ୍‌ ଚାହୁଁଛି, ଦଳକୁ ଆସନ୍ତୁ ସତ୍ୟ ପ୍ରକାଶ

ଆପ୍‌ ଚାହୁଁଛି, ଦଳକୁ ଆସନ୍ତୁ ସତ୍ୟ ପ୍ରକାଶ

ଆପ୍‌ ଚାହୁଁଛି, ଦଳକୁ ଆସନ୍ତୁ ସତ୍ୟ ପ୍ରକାଶ

ଭୁବନେଶ୍ୱର : ସାମ୍ବାଦିକରୁ ନେତା ବନିଥିବା ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ସତ୍ୟଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ତାହାକୁ ନେଇ ଚର୍ଚ୍ଚା ହେଉଛି  । ତେବେ ସତ୍ୟ ଆମ ଆଦମୀ ପାର୍ଟିକୁ ଯାଇପାରନ୍ତି ବୋଲି ଶୁଣିବାକୁ ମିଳିଛି  । ଅପରପକ୍ଷରେ ସତ୍ୟ ନାୟକ ଆମ ଆଦମୀ ପାର୍ଟିରେ ଯୋଗ ଦିଅନ୍ତୁ ବୋଲି ଅନେକ ଆପ ନେତା ଓ କର୍ମୀ ଆଶା ପ୍ରକାଶ କରୁଛନ୍ତି  ।

ସୂଚନାଯୋଗ୍ୟଯେ, ଓଡ଼ିଶା ମିଡ଼ିଆର ଜଣେ ଜଣାଶୁଣା ନାଁ ହେଉଛନ୍ତି ସତ୍ୟ ପ୍ରକାଶ  । ମିଡ଼ିଆ ଜଗତ ସହ ସମ୍ପର୍କ ବିଚ୍ଛିନ୍ନ କରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ  । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ସେ ମିଡ଼ିଆ ସେଲର ଅଧ୍ୟକ୍ଷ ବି ଥିଲେ  । ଦଳରେ ତାଙ୍କୁ ବହୁତ ଗୁରୁତ୍ୱ ବି ଦିଆଯାଉଥିଲା  । ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ସରକାରଙ୍କୁ ଅକଳରେ ପକାଉଥିଲେ  । କିନ୍ତୁ ଶରତ ପଟ୍ଟନାୟକ ସଭାପତି ହେବା ପରେ ତାଙ୍କୁ ନଜର ଅନ୍ଦାଜ କରାଗଲା  । ଏମିତିକି କଂଗ୍ରେସ ସଭାପତି ନିର୍ବାଚନରେ ବି ତାଙ୍କୁ ଭୋଟ ଦେବାର ଅଧିକାର ଦିଆଯାଇନଥିଲା  ।  ଧିରେଧିରେ ସେ କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ  । ଆଜି କିନ୍ତୁ ବିଧିବଦ୍ଧ ଭାବେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  ।


ତେବେ ପରବର୍ତୀ ରାଜନୀତିକ ପନ୍ଥା ସଂକ୍ରାନ୍ତରେ ଏଯାଏଁ ସତ୍ୟ କୌଣସି ନିଷ୍ପତି ନେଇନାହାନ୍ତି  । ପୂର୍ବରୁ ସେ ଆପ ଯିବେ ବୋଲି ଚର୍ଚ୍ଚା ହେଉଥିଲା  । ଏମିତିକି ସୋସିଆଲ ମିଡ଼ିଆରେ ଏନେଇ ଚର୍ଚ୍ଚା ଜୋର ଧରିଛି  । ଆପର ଅନେକ ସମର୍ଥକ ଓ ନେତା ସତ୍ୟ ନାୟକ ଆପରେ ଯୋଗଦିଅନ୍ତୁ ବୋଲି ମତ ଦେଇଛନ୍ତି  । ସତ୍ୟଙ୍କ ଦୁର୍ନୀତି ବିରୋଧି ଆଭିମୁଖ୍ୟ ଦଳ ପାଇଁ ଉପଯୋଗୀ ହେବବୋଲି ଆପ୍‌ ସମର୍ଥକମାନେ ମତ ଦେଇଛନ୍ତି  ।