ଆତଙ୍କବାଦୀ ଆକ୍ରମଣ ଭୟ, ମୁମ୍ବାଇରେ ହାଇ ଆଲର୍ଟ
ଆତଙ୍କବାଦୀ ଆକ୍ରମଣ ଭୟ, ମୁମ୍ବାଇରେ ହାଇ ଆଲର୍ଟ
ମୁମ୍ବାଇ: ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ମୁମ୍ବାଇ ସହରର ସବୁ ରେଳ ଷ୍ଟେସନରେ ସୁରକ୍ଷା ବଢ଼ାଯାଇଛି । ମୁମ୍ବାଇ ସହରକୁ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ରେଳ ଷ୍ଟେସନଗୁଡ଼ିକରେ ପ୍ରାୟ ୭ ହଜାର କ୍ୟାମେରା ଲାଗିଛି । ମହାରାଷ୍ଟ୍ର ଏଟିଏସ ମୁମ୍ବାଇରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଦିଲ୍ଲୀ ପୁଲିସ ଦ୍ୱାରା ଏକ ବଡ଼ ଆତଙ୍କବାଦୀ ନେଟୱର୍କର ପର୍ଦ୍ଦାଫାସ ହେବାପରେ ଯୁଦ୍ଧକାଳୀନ ଭିତ୍ତିରେ ଏବେ ପ୍ରମୁଖ ସହରମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଉଛି। ଦିଲ୍ଲୀ ପୁଲିସ ଦ୍ୱାରା ଆତଙ୍କବାଦୀ ନେଟୱର୍କ ମାମଲାରେ ଜାକିର ନାମକ ଜଣେ ଆତଙ୍କବାତୀକୁ ଗିରଫ କରାଯାଇଛି। ତାକୁ ଏବେ ଜେରା କରାଯାଉଛି । ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସ ୨ ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । ଉକ୍ତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜନ ମହମ୍ମଦ ଶେଖ ଧାରାବୀ ବସ୍ତିରେ ରହେ । ତାକୁ ଜେରା ସମୟରେ ପୁଲିସ ଜାକିର ସମ୍ପର୍କରେ ସୂଚନା ପାଇଁ ଗିରଫ କରିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।




admin 