ଏହି ସବୁ ନମ୍ବର ଉପରେ ଚୋରଙ୍କ ଆଖି

ଏହି ସବୁ ନମ୍ବର ଉପରେ ଚୋରଙ୍କ ଆଖି

ଏହି ସବୁ ନମ୍ବର ଉପରେ ଚୋରଙ୍କ ଆଖି

ଭୁବନେଶ୍ୱର : ମୋବାଇଲ ନମ୍ବର ବିକ୍ରି କଲେ ମିଳେ ୫୦ ହଜାରରୁ ଲକ୍ଷେ ଟଙ୍କା  । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ  । ଏବେ ଚୋରମାନେ ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର ଶେଷ ୬ଟି ବିଶେଷ ସିରିଜର ନମ୍ବରକୁ ଟାର୍ଗେଟ କରୁଛନ୍ତି  । ଏମିତି ଏକ ଗ୍ୟାଙ୍ଗକୁ ଧରିବା ପରେ ରହସ୍ୟ ଉନ୍ମୋଚିତ ହୋଇଛି  ।

ମିଳିଥିବା ସୂଚନାନୁସାରେ ଚୋରମାନଙ୍କ ଟାର୍ଗେଟରେ ରହିଛି ଭ୍ୟାନିଟି ନମ୍ବର  । ଭ୍ୟାନିଟ ନମ୍ବର ହେଉଛି ଏକ ବିଶେଷ ସିରିଜର ନମ୍ବର  । ଏକ ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର ପ୍ରଥମ ୪ ଡିଜିଟ କମ୍ପାନୀର ସିମ୍ବଲ  । ହେଲେ ପରବର୍ତୀ ୦୦୦୦୦୦, ୧୨୩୪୫୬, ୧୧୧୧୧୧, ୨୨୨୨୨୨, ୫୫୫୬୬୬, ୪୪୪୫୫୫ ଭଳି ନମ୍ବରକୁ ଭ୍ୟାନିଟ ନମ୍ବର ବୋଲି କୁହାଯାଏ  । ଏହି ନମ୍ବରର ଭାରି ଚାହିଦା  । କିଛି ଚୋର ନକଲି ତଥ୍ୟ ଦେଇ ଜଣଙ୍କର ଭ୍ୟାନିଟି ନିମ୍ବରକୁ ଚୋରି କରିନେଇଥା’ନ୍ତି  । ପରେ ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ଏହି ଭ୍ୟାନିଟ ନମ୍ବର ସବୁ ବିକ୍ରି କରିଦିଅନ୍ତି  । କେହିକେହି ଏହାକୁ ଭିଆଇପି ନମ୍ବର ବୋଲି ବି କହିଥା’ନ୍ତି  । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଭଳି କେତେକ ରାଜ୍ୟରେ ଚୋରମାନେ ଭ୍ୟାନିଟ ନମ୍ବର ବିକ୍ରି କରି ଭଲ ଅର୍ଥ ରୋଜଗାର କରିଥା’ନ୍ତି  ।