ତାଲିବାନ ସରକାର; ମହିଳା ମନ୍ତ୍ରାଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରାଳୟ
ତାଲିବାନ ସରକାର; ମହିଳା ମନ୍ତ୍ରାଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରାଳୟ
ଆଫଗାନିସ୍ତାନ: ଆଫଗାନିସ୍ତାନର ତାଲିବାନ ଶାସକ ମହିଳା ମନ୍ତ୍ରଣାଳୟକୁ ସମ୍ପୂର୍ଣ ଭାବେ ବଦଳାଇ ଦେଇଛି । ଇସଲାମ ଧର୍ମର କଠୋର ବ୍ୟାଖ୍ୟାକୁ କାର୍ୟ୍ୟକାରୀ କରିବାକୁ ଏବେ ଏହି ମନ୍ତ୍ରାଳୟ କେବଳ ମହିଳାଙ୍କ ଉପରେ ନଜର ରଖିବ ବୋଲି ଜଣାପଡ଼ିଛି। ଏହି ନିର୍ଣ୍ଣୟ ସହ ତାଲିବାନ ୧୯୯୦ ଦଶକର ସମୟକୁ ଦେଶକୁ ଫେରାଇ ଆଣିଛି ଯେଉଁଠି ମହିଳାଙ୍କ ଉପରେ ବର୍ବର ପ୍ରତିବନ୍ଧକ ଲଗାଯାଉଥିଲା । ତାଲବାନ ମହିଳା ମନ୍ତ୍ରଣାଳୟକୁ ଏବେ ‘ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରାଳୟ’ ଭାବେ ନାମକରଣ କରିଛି ଯାହାକୁ ସଂକ୍ଷେପରେ ପାପ-ପୁଣ୍ୟ ମନ୍ତ୍ରାଳୟ କୁହାଯାଉଛି । ଏହି ନୂଆ ମନ୍ତ୍ରଣାଳୟ ମହିଳାଙ୍କ ଗତିବିଧି ଉପରେ ନଜର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ସାରିଆ ଆଇନ ଅଧୀନରେ ହିଁ ମହିଳାଙ୍କ ସ୍ୱାଧୀନତା କାର୍ୟ୍ୟକାରୀ ହେବ ବୋଲି ଏହି ନୂତନ ମନ୍ତ୍ରାଳୟ ପାଇଁ ଗଠିତ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।




admin 