ଟିକାକରଣରେ ବିଶ୍ବ ରେକର୍ଡ ପରେ ଗୋଟିଏ ଦଳକୁ ଜ୍ୱର: ମୋଦି

ଟିକାକରଣରେ ବିଶ୍ବ ରେକର୍ଡ ପରେ ଗୋଟିଏ ଦଳକୁ ଜ୍ୱର: ମୋଦି

ଟିକାକରଣରେ ବିଶ୍ବ ରେକର୍ଡ ପରେ ଗୋଟିଏ ଦଳକୁ ଜ୍ୱର: ମୋଦି

ନୂଆଦିଲ୍ଲୀ: ଦେଶରେ ଦିନକରେ ୨.୫ କୋଟି ଟିକାକରଣ ହୋଇଛି।  ଏହା ଏକ ବିଶ୍ୱ ରେକର୍ଡ। ତେବେ ଟିକାକରଣରେ ଏଭଳି ରେକର୍ଡ ଯୋଗୁଁ ପର୍ଶ୍ବ ପ୍ରତିକ୍ରିୟା ସ୍ୱରୂପ ଗୋଟିଏ ରାଜନୈତିକ ଦଳକୁ ଏଥିପାଇଁ ଜ୍ୱର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ରାଜନୈତିକ ଦଳର ନାମ ନ ନେଇ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରି ଏହା କହିଛନ୍ତି। ମୋଦି କହିଛନ୍ତି ମୋଦି କଂଗ୍ରେସର ନାମ ନେଇ ନଥିଲେ ମଧ୍ୟ କଂଗ୍ରେସକୁ ହିଁ ଟାର୍ଗେଟ କରି ଏହା କହିଛନ୍ତି। ଗୋଆର ସ୍ୱାସ୍ଥ୍ୟକର୍ମୀ ଏବଂ ଟିକା ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ଦ୍ୱାରା କଥାବାର୍ତ୍ତା ସମୟରେ ମୋଦି ଏହା କହିଛନ୍ତି । ଏହି ଅବସରରେ ମୋଦି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ପ୍ରଶଂସା କରିଛନ୍ତି । ଗୋଆରେ ଶତ ପ୍ରତିଶତ ବୟସ୍କଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବାରୁ ମୋଦି ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦେଶରେ ଦିନକରେ ୨.୫ କୋଟି ଟିକାକରଣ ପାଇଁ ମୋଦି ଡାକ୍ତର, ମେଡିକାଲ କର୍ମଚାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରତି ସେକେଣ୍ଡରେ ୪୨୫ ଲୋକ ଟିକା ନେଇଛନ୍ତି । ମୋଦି କହିଛନ୍ତି ତାଙ୍କ ଜନ୍ମଦିନରେ ୨.୫ କୋଟିରୁ ଊଦ୍ଧ୍ୱର୍ ଲୋକ ଟିକା ନେଇଥିବାରୁ ଏହା ତାଙ୍କ ପାଇଁ ସ୍ମରଣୀୟ ଦିନ ।