ଆଜି ରାଜ୍ୟରୁ ୨୫୮୯ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ଟପିଲା
ଆଜି ରାଜ୍ୟରୁ ୨୫୮୯ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ଟପିଲା
admin
Aug 19, 2020 - 06:11
Updated: Aug 19, 2020 - 06:11
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ ୨ ହଜାର ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୭୪ଜଣ ଚିହ୍ନଟ ହୋଇଥିବାବେଳେ ୧୦୧୫ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର୧୨୨କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୩୮୩ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୪୫ ହଜାର ୩୧୪ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୩୬୨ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ହଜାର ୫୮୯ ପଜିଟିଭ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୨୪୨, ପୁରୀରୁ ୨୩୫, କଟକରୁ ୨୨୨, ରାୟଗଡାରୁ ୨୧୧, ସୁନ୍ଦରଗଡରୁ ୧୫୫, ବାଲେଶ୍ବରରୁ ୧୫୦, ମୟୂରଭଞ୍ଜରୁ ୧୧୭, ଯାଜପୁରରୁ ୯୫, କୋରାପୁଟରୁ ୯୨, ମାଲକାନଗିରିରୁ ୭୩, ବରଗଡରୁ ୬୭, ସମ୍ବଲପୁରରୁ ୬୬, କେଉଁଝରରୁ ୫୩, ଭଦ୍ରକରୁ ୪୭, କଳାହାଣ୍ଡିରୁ ୪୨, ନବରଙ୍ଗପୁର ଓ ଗଜପତିରୁ ୩୬ଜଣ ଲେଖାଏ ରହିଥବାବେଳେ, କନ୍ଧମାଳରୁ ୩୦, ସୋନପୁରରୁ ୨୬, ଢେଙ୍କାନାଳରୁ ୨୫, ଜଗତସିଂହପୁରର ୨୧, ଅନୁଗୁଳରୁ ୨୦, ଝାରସୁଗୁଡାରୁ ୧୮, ବୌଦ୍ଧରୁ ୧୬, ନୟାଗଡରୁ ୧୧, କେନ୍ଦ୍ରାପଡାରୁ ୧୦,ନୂଆପଡାରୁ ୬, ବଲାଙ୍ଗିରରୁ ୧ଜଣ ଚିହ୍ନଟ ହୋଇଛନ୍ତି ।