ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।

ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।

ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।
ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା । ଆଜି ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାରୁ ତିନିଜଣ ରହିଥିବାବେଳେ ଭଦ୍ରକରୁ ଜଣେ ରହିଛନ୍ତି । ମୃତ୍ୟୁବରଣ କରିଥିବା ୪ ଆକ୍ରାନ୍ତ ହେଲେ ଭଦ୍ରକର ଜଣେ ୫୮ ବର୍ଷର ବ୍ୟକ୍ତି । ସେ ମଧୁମେହ ଓ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ଜଣେ ୫୮ ବର୍ଷର ବ୍ୟକ୍ତି ଯିଏକି ଯକ୍ଷ୍ମା ରୋଗରେ ପୀଡିତ ଥିଲେ, ମଧୁମେହ ଓ ହାଇପରଟେନସରେ ଶିକାର ୬୫ ବର୍ଷୀୟା ମହିଳା ଓ ଆଉ ଜଣେ ମଧୁମେହ ପୀଡିତ ମଧ୍ୟ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୨ରେ ପହଁଚିଛି ।