ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ନିଦେ୍ର୍ଧଶ ଦେଲେ ସର୍ବୋଚ୍ଚ କୋର୍ଟ

ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ନିଦେ୍ର୍ଧଶ ଦେଲେ ସର୍ବୋଚ୍ଚ କୋର୍ଟ

ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ନିଦେ୍ର୍ଧଶ ଦେଲେ ସର୍ବୋଚ୍ଚ କୋର୍ଟ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିିଆଇ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସକୁ ଖଣ୍ଡପୀଠ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହିତ ଏହି ମାମଲାକୁ ନେଇ ଦାୟର କରାଯାଇଥିବା ଅନ୍ୟ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହିତ ମାମଲାରେ ବିହାର ପୋଲିସର ହସ୍ତକ୍ଷେପକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି । ଏହି ରାୟ ପ୍ରକାଶ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଏହା ସତ୍ୟର ବିଜୟ ବୋଲି ଟ୍ୱିଟ କରିଛନ୍ତି ।