ଆଜି ବିଧାନସଭାରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍
ଆଜି ବିଧାନସଭାରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍
admin
Mar 31, 2021 - 04:52
Updated: Mar 31, 2021 - 04:52
ଭୁବନେଶ୍ବର: ବିଧାନସଭାରେ ମଙ୍ଗଳବାର ପାରିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ଏ ଅଧିବେଶନ କାଳରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇପାରିନଥିଲା ବେଳେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଏହି ବିଭାଗଗୁଡ଼ିକର ଖର୍ଚ୍ଚଦାବିକୁ ଗିଲୋଟିନ୍ ଆକାରରେ ଗୃହୀତ କରାଇଛନ୍ତି। ବୁଧବାର ଗୃହରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ବିଲ୍ ଆଗତ କରିବା ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଅର୍ଥ ଖର୍ଚ୍ଚ ପାଇଁ ଗୃହର ସହମତି ମାଗିବେ।
ଗିଲୋଟିନ୍ରେ ପାରିତ ହୋଇଥିବା ଅନାଲୋଚିତ ବିଭାଗ ଗୁଡ଼ିକ ହେଲା-ସ୍ୱରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଆଇନ୍, ଅର୍ଥ, ବାଣିଜ୍ୟ, ନିର୍ମାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍ସି/ଏସ୍ଟି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଶ୍ରମ ଓ ରାଜ୍ୟ କର୍ମଚରୀ ବୀମା, କ୍ରୀଡ଼ା ଓ ଯୁବସେବା, ସାଧାରଣ ଅଭିଯୋଗ ଓ ପେନ୍ସନ୍, ଶିଳ୍ପ, ଜଳସମ୍ପଦ, ପରିବହନ, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବିଜ୍ଞାନ ଓ ବୈଷୟିକ ବିଭାଗ, ଗ୍ରାମ୍ୟଉନ୍ନୟନ, ସଂସଦୀୟ ବ୍ୟାପାର, ଶକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସରକାରୀ ଉଦ୍ୟୋଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି, ଇଲେକ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏମ୍ଏସ୍ଏମ୍ଇ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିପର୍ୟ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ବିଧାନସଭା ସମ୍ପର୍କିତ ଖର୍ଚ୍ଚ।