ଆଜି ବସିବ କ୍ୟାବିନେଟ୍ ବୈଠକ
ଆଜି ବସିବ କ୍ୟାବିନେଟ୍ ବୈଠକ
ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଚୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବାହ୍ନ ୧୧.୦୦ ରେ ବସିବ ମନ୍ତ୍ରୀ ପରିଷଦ ବୈଠକ ଏବଂ ୧୧.୩୦ ପରେ ବସିବ କ୍ୟାବିନେଟ ବୈଠକ ।
ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଶନିବାର ଫଳାଫଳ ପ୍ରକାଶ ସହ ଉଠିଛି । ଆଦର୍ଶ ଆଚରଣ ବିଧି ଯୋଗୁଁ ବିକାଶ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ନିର୍ବାଚନ ପ୍ରକ୍ରିୟା ଶେଷ ପରେ ଏହା ହେଉଛି ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ । ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିବ ।




admin 