ମନ୍କି ବାତ୍ରେ ପୁରୀର ରହୁଲଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ
ମନ୍କି ବାତ୍ରେ ପୁରୀର ରହୁଲଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମନ୍କୀ ବାତ୍ ଆକାଶ ବାଣୀ ମାଧ୍ୟମରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ୮୭ତମ ମନ୍କି ବାତ୍ କାର୍ୟ୍ୟକ୍ରମରେ ସେ ଦେଶ କେଉଁ କେଉଁ କ୍ଷେତ୍ରରେ ଆଗୋଉଛି, ଆଉ କ’ଣ କ’ଣ କରିବା ଦରକାର ସେ ବାବଦରେ ଆଲୋଚାନା କରିଥିଲେ। ଆୟେୁର୍ବେଦିକ୍ ଔଷଧ ଷ୍ଟାର୍ଟଅପ୍, ଯୋଗ ଏବଂ ସ୍ବାସ୍ଥ୍ୟ ସେବା ବାବଦରେ ମଧ୍ୟ ଆଲୋଚନା କରିଥିଲେ। ଜଳ ସଂକଟକ ରୋକିବା ଏବଂ ସ୍ବଚ୍ଛତାକୁ ବଜାୟ ରଖିବାକୁ କହିଥିଲେ। ଏହି ଅବସରରେ ସ୍ବଚ୍ଛତାକୁ ନେଇ ସେ ତାଙ୍କ ମନ୍କି ବାତରେ ପୁରୀର ରାହୁଲ ମହାରଣାଙ୍କ କଥା ଉଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ରାଉଲ ସକାଳୁ ସକାଳୁ ବିଛଣା ଛାଡ଼ିବା ମାତ୍ରେ ସେ ପୁରୀ ପରି ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ସଫେଇରେ ଲାଗି ପଡ଼ନ୍ତି। ସେ ପୁରୀ ବେଳାଭୂମିରେ ପଡ଼ିଥିବା ହଜାର ହଜାର ଆର୍ବଜନାକୁ ଏକାଠି କରି ନଷ୍ଟ କରିବା ସହିତ ଲୋକମାନଙ୍କୁ ବେଳାଭୂମିକୁ ସ୍ବଚ୍ଛ ରଖିବା ନେଇ ବୁଝାଇଥନ୍ତି। ଏହି ସ୍ବଚ୍ଛତାକୁ ନେଇ ସେ ମହାରାଷ୍ଟ୍ର ନାସିକ୍ର ଚନ୍ଦ୍ରକିଶୋର ନାମକ ଆଉ ଜଣେ ଯୁବକଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ଚନ୍ଦ୍ରକିଶୋର କିପରି ନଦୀ ସ୍ବଚ୍ଛତା ରକ୍ଷା କରିବା ନେଇ ଲୋକଙ୍କୁ ସଚେତନ କରିବା ସହିତ ନଦୀରେ ଆବର୍ଜନା ନ ପକାଇବାକୁ କହିଥାନ୍ତି। ସକାଳୁ ସନ୍ଧ୍ୟା ପର୍ୟ୍ରନ୍ତ ସେ ନଦୀ ଘାଟରେ ଉପସ୍ଥିତ ରହି କିପରି ସବୁ ଆବର୍ଜନାକୁ ଏକାଠି କରିଥାନ୍ତି ସେ କଥା ମଧ୍ୟ କହିଥିଲେ। ଏହା ସହିତ ବର୍ତ୍ତମାନର ଜଳ ସଂକଟକୁ ରକ୍ଷା କରିବାକୁ କିଛି ଲୋକ ନେଉଥିବା ପଦକ୍ଷେପକୁ ମଧ୍ୟ ଆଲୋଚନା କରିଥିଲେ। ଯୋଗ ଏବଂ ଆୟୁର୍ବେଦ ପ୍ରତି ବଢ଼ୁଥିବା ଆଗ୍ରହକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ।




admin 