ଆଜି ବନାନ୍ତୁ ଡାଲ ମିଟ

ଆଜି ବନାନ୍ତୁ ଡାଲ ମିଟ

ଆଜି ବନାନ୍ତୁ ଡାଲ ମିଟ

ଆବଶ୍ୟକ ସାମଗ୍ରୀ: ମଟନ, ବୁଟଡାଲି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦି, ସୋରିଷ ତେଲ, ରିଫାଇନ ତେଲ, ଦହି, ଡାଲଚିନ୍‌ ପାଉଡର, ଗୋଲମରିଚ, ତେଜପତ୍ର ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଟନ, ସୋରିଷ ତେଲ, ଅଦାରସୁଣ ପେଷ୍ଟ, ପିଆଜ କଟା, ଲୁଣ, ଦହି ଆଦି ପକାଇ ମ୍ୟାରିନେଟ କରି ରଖନ୍ତୁ। ବୁଟ ଡାଲିକୁ ଭିଜାଇ ଅଧ ଘଣ୍ଟା ରଖି ଦିଅନ୍ତୁ।

ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ  ସେଥିରେ ରିଫାଇନ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ କଟା ପକାନ୍ତୁ। ପିଆଜ ଫ୍ରାଏ ହେବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ତାହା କଷି ହେବା ପରେ ସେଥିରେ ମଟନ ପକାନ୍ତୁ। ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ, ତେଜପତ୍ର  ଆଦି ପକାନ୍ତୁ।

ଏହାକୁ ଭଲ ଭାବେ ଗୋଳାଇ ସେଥିରେ ବୁଟ ଡାଲି ପକାଇ ଗୋଳାନ୍ତୁ।  ଏହାପରେ ସେଥିରେ ପାଣି ପକାନ୍ତୁ।  ଏହାପରେ ଏହାକୁ ସିଝିବାକୁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଡାଲ୍‌ ମିଟ୍‌’ ରେସିପି। ସେଥିରେ ଡାଲଚିନି ପାଉଡର ଓ ଧନିଆପତ୍ର ପକାଇ ଗରମାଗରମ ପ୍ଲେଟକୁ ସର୍ଭ କରନ୍ତୁ। ଭାତ କିମ୍ବା ରୁଟି ସହ ଏହାର ମଜା ଉଠାନ୍ତୁ।