ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ସକାଳ ୧୧ଟା ୩୦ରେ ପ୍ରକାଶ ପାଇବ ଫଳାଫଳ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିବେ।
ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିଅମରେ ମନ୍ତ୍ରୀ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ କରିବେ। ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ ।
ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ ପରୀକ୍ଷା ହୋଇଥିଲା । କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଥିଲା ।