ଆଜି ଖୋକା ଭାଇଙ୍କ ଜନ୍ମ ଦିନ

ଆଜି ଖୋକା ଭାଇଙ୍କ ଜନ୍ମ ଦିନ

ଆଜି ଖୋକା ଭାଇଙ୍କ ଜନ୍ମ ଦିନ
ସମସାମୟିକ କାଳର ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ଦୁନିଆକୁ ଗଭୀର ଭାବେ ପ୍ରଭାବିତ କରିଥିବା ମହାନ ଓଡ଼ିଆ ଅକ୍ଷୟ ମହାନ୍ତି (ଜନ୍ମ ୧୨.୧୦.୧୯୩୭), ମୃତୁ୍ୟ ୧୭.୧୧.୨୦୦୨ ସେ ସମସ୍ତଙ୍କ ଆଦରଣୀୟ ‘ଖୋକା ଭାଇ’ । ସେ ଥିଲେ ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର, ସଙ୍ଗୀତକାର, ଗାୟକ ଓ ଅଭିନେତା ସଙ୍ଗୀତରେ ବିଧିବଦ୍ଧ ତାଲିମ ନ ନେଇ ପ୍ରସିଦ୍ଧ ହୋଇଥିବା ସଙ୍ଗୀତଜ୍ଞ ସେ । ସେ ୧୨୯ଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଥିବା, ୭୫ଟି ଫିଲ୍ମ ପାଇଁ ସଙ୍ଗୀତ ନିଦେ୍ର୍ଧଶନା ଦେଇଥିବ, ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଥିବା, ୩ଟି ଫିଲ୍ମରେ ଅଭିନୟ କରିଥିବା ଓ ଗୋଟିଏ ଫିଲ୍ମର (ଯୁଗ୍ମ ଭାବେ) ନିଦେ୍ର୍ଧଶନା ଦେଇଥିବା ଜଣାଯାଏ । ଭଜନଠାରୁ ଆରମ୍ଭ କରି ଆଧୁନିକ ସଙ୍ଗୀତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ପ୍ରବେଶ ଥିଲା । ୧୯୫୭ ରେ ମୁକ୍ତିଲାଭ କରିଥିବା ମଲାଜହ୍ନ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ସିନେମା ଗାୟକ ଜୀବନ ଆରମ୍ଭ ହୋଇଥିଲା । ସେହିପରି ଗୀତିକାର ଜୀବନ ଆରମ୍ଭ ହୋଇଥିଲା ମାଆ ଚଳଚ୍ଚିତ୍ରର ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ’ ମାଧ୍ୟମରେ । ତାଙ୍କର ଗୀତ ଓ ଗୀତି କବିତା ସଂଖ୍ୟା ଅନେକ । ପ୍ରକାଶିତ ଗୀତିଗ୍ରନ୍ଥ ମଧ୍ୟରେ ‘ଏଇ କଥା ରହିଲା’, ଗୀତି, ମଧୁଶାଳା ଅନ୍ୟତମ । ସ୍ୱୀକାରୋକ୍ତି ଅକ୍ଷୟଙ୍କର ପ୍ରଥମ ଉପନ୍ୟାସ । ୧୯୭୧-୭୨ ରେ ନବରବି’ ର ପୂଜା ସଂଖ୍ୟାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା । ୧୯୮୬ ମସିହାରେ ଏହି ‘ଜାୟା ନୁହେଁ ଜୟା’ ନାମରେ ପୁସ୍ତକ ଭାବେ ପ୍ରକାଶିତ ହୋଇଥିଲା । ଏହାର ନାୟକ ଆର୍ଯ୍ୟଦାସ ଓ ନାୟିକା ଜୟା । ତାଙ୍କର ଅନ୍ୟ ପ୍ରସିଦ୍ଧ ଉପନ୍ୟାସ ଗୋଟିଏ କୁହୁ ଅନେକ ଉହୁ, ଅଫେରା ନଦୀ, ନୁନ ସୋ, ଗାୟକ, ବାମପନ୍ଥୀ । ସେହିପରି ତାଙ୍କର ପ୍ରସିଦ୍ଧ ଗଳ୍ପ ସଂକଳନ ହେଉଛି ବିଚରା, ନଗ୍ନ ମୋନାଲିସା, ଅନେଶତ ରାଣୀ ।