ଆଜି ଅପରାହ୍ଣ ୫ଟାରେ ବିଏମ୍‌ସି ନୂଆ ବିଲ୍ଡିଂ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ଣ ୫ଟାରେ ବିଏମ୍‌ସି ନୂଆ ବିଲ୍ଡିଂ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ଣ ୫ଟାରେ ବିଏମ୍‌ସି ନୂଆ ବିଲ୍ଡିଂ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: ଆଜି ବିଏମ୍‌ସିର ନୂଆ ବିଲ୍ଡିଂ ଉଦ୍‌ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୫ଟା ବେଳେ ଏହାକୁ ଉଦ୍‌ଘାଟନ କରିବେ । ସତ୍ୟନଗରରେ ନିର୍ମିତ ଏହି ୧୨ ମହଲା ବିଶିଷ୍ଟ କୋଠାରେ ବିଏମ୍‌ସି ଓ ସ୍ମାର୍ଟ ସିଟି ଲିମିଟେଡ୍‌ର ଅଫିସ୍‌ ରହିବ । ଖୁବ୍‌ଶୀଘ୍ର କଳ୍ପନାରେ ଥିବା ବିଏମସି ଅଫିସ୍‌ ଏଠାକୁ ଉଠିଆସିବ ।

ଏହି ବିଲ୍ଡିଂ ନିର୍ମାଣରେ ପ୍ରାୟ ୮୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହାର ବେସ୍‌ମେଣ୍ଟରେ ପାର୍କିଂ ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା ରହିଛି । ତୃତୀୟରୁ ପଞ୍ଚମ ମହଲା ଯାଏ ବିଏମସି ଅଫିସ୍‌ କାର୍ୟ୍ୟ କରିବ । କର୍ପୋରେସନ ବୈଠକ ପାଇଁ ଏଠାରେ ହାଇଟେକ୍‌ ସମ୍ମିଳନୀ କକ୍ଷ ତିଆରି କରାଯାଇଛି । କର୍ପୋରେଟରଙ୍କ ପାଇଁ ସ୍ୱତନ୍ତ୍ର ଲବି ରହିଛି । କ୍ୟାଫେଟେରିଆ, ମଲ୍‌ ଓ ଅନ୍ୟ ମନୋରଞ୍ଜନ ବ୍ୟବସ୍ଥା ବି ରହିବ ।

ସେହିଭଳି ଏହି ବିଲ୍ଡିଂରେ ପୂର୍ବରୁ ଇଣ୍ଟେଲିଜେଣ୍ଟ୍‌ ସିଟି ଅପରେସନ୍‌ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର(ଆଇସିଓଏମ୍‌ସି) କାର୍ୟ୍ୟକ୍ଷମ ହୋଇସାରିଛି । ଏହା ଜରିଆରେ ସହରର ଟ୍ରାଫିର୍‌ ପରିଚାଳନାଠାରୁ ନେଇ ଅପରାଧ ନିୟନ୍ତ୍ରଣ, ରିଅଲ ଟାଇମ୍‌ ଡାଟା ଅପରେସନ୍‌ ଓ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଇହେବ । ବିଲ୍ଡିଂରେ ୫ଟି ମହଲା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ । ଅନ୍ତର୍ଜାତୀୟ ଆଇଟି କମ୍ପାନୀ ଡିଏଲଟ୍‌ ଏଠାରେ ନିଜ ଅଫିସ୍‌ ଖୋଲିସାରିଛି । ଆଗକୁ ଆଇବିଏମ୍‌ ଏଠାରେ ଅଫିସ୍‌ ଖୋଲିବ । ଏହି ବିଲ୍ଡିଂ ତିଆରିରେ ୪ରୁ ବର୍ଷରୁ ଅଧିକ ସମୟ ଲାଗିଛି । ତେବେ କୋଭିଡ୍‌ ପାଇଁ ବିଲ୍ଡିଂ କାମ ବାଧାପ୍ରାପ୍ତ ହୋଇଥିଲା । ୨୦୨୨ରୁ ବିଲ୍ଡିଂ ନିର୍ମାଣ କାମ ସରି ଉଦ୍‌ଘାଟନ ଅପେକ୍ଷାରେ ରହିଥିଲା ।