ଆଉ ୭୨ ଜଣ କରୋନା ସଂକ୍ରମିତ
ଆଉ ୭୨ ଜଣ କରୋନା ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୭୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୨ ଜଣ ଓ ସ୍ଥାନୀୟ ସଂକ୍ରମିତ ୩୦ଜଣ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫ଜଣ ପିଲା ଅଛନ୍ତି।
ସୂଚନା ଓ ଲୋକ ସଂପର୍କ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଳାରୁ ୧, ବରଗଡରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୨, ଗଜପତିରୁ ୭, ଗଞ୍ଜାମରୁ ୧୭, ଯାଜପୁରରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୯, କୋରାପୁଟରୁ ୪, ମୟୂରଭଞ୍ଜରୁ ୩, ନୟାଗଡରୁ ୨, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟ ପୁଲରୁ ୨ଜଣ କରୋନା ସଂକ୍ରମିତ ରହିଥିବା ସୂଚନା ମିଳିଛି ।




admin 