ଆଉ ଏକ ଲଜ୍ଜା : ରାଜସ୍ଥାନରେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ

ଆଉ ଏକ ଲଜ୍ଜା : ରାଜସ୍ଥାନରେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ

ଆଉ ଏକ ଲଜ୍ଜା : ରାଜସ୍ଥାନରେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ
ଦାଉସା : ରାଜସ୍ଥାନର ଦାଉସା ଜିଲ୍ଲାରେ ଏକ ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି । ୧୭ ବର୍ଷୀୟ ଏହି ମୁକ ବଧିର ଝିଅଟି ଗାଁର ଏକ ଦୋକାନକୁ ଯାଉଥିବା ସମୟରେ ଅଭିଯୁକ୍ତ ମାନେ ଅପହରଣ କରି ନେଇଥିଲେ । ଅପହରଣ କରି ଗଣଦୁଷ୍କର୍ମ ପରେ ନାବାଳିକାକୁ ଛାଡି ଦେଇଥିଲେ ଅଭିଯୁକ୍ତ । ଅଗଷ୍ଟ ୪ ତାରିଖରେ ଦସୁଆରେ ଏହି ଘଟଣା ଘଟିଥିଲା । ଘଟଣାର ତିନି ଦିନ ପରେ ଯୁବତୀଙ୍କ ମା ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ରାତିରେ ମାଣ୍ଡାବଳୀ ଥାନାରେ ଅଭିିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅନ୍ୟ ଦୁଇ ଜଣଙ୍କ ସନ୍ଧାନରେ ରହିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ଆଇଜି ଏସ ସେଙ୍ଗିଥାର ପ୍ରକାଶ କରିଛନ୍ତି । ପୋକ୍ସୋ ଆଇନ୍ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।