ଅମିତାଭ ନେଲେ ଫାଲକେ ପୁରସ୍କାର

ଅମିତାଭ ନେଲେ ଫାଲକେ ପୁରସ୍କାର

ଅମିତାଭ ନେଲେ ଫାଲକେ ପୁରସ୍କାର
ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ରବିବାର ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଗ୍ରହଣ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୭୭ ବର୍ଷୀୟ ଅମିତାଭ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପୁରସ୍କାର ପାଇଁ ତାଙ୍କ ନାମକୁ ଚୟନ କରିଥିବା ସମସ୍ତ ଜୁରି ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ସ୍ୱର୍ଣ୍ଣ କମଳ ସମେତ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଗ୍ରହଣ କରିବା ଅବସରରେ ଅମିତାଭଙ୍କ ସହିତ ପତ୍ନୀ ଜୟା ଏବଂ ପୁତ୍ର ଅଭିଷେକ ଉପସ୍ଥିତ ଥିଲେ ।