ବିଧାୟକଙ୍କୁ ନିଲମ୍ବନ କଲେ ମାୟାବତୀ

ବିଧାୟକଙ୍କୁ ନିଲମ୍ବନ କଲେ ମାୟାବତୀ

ବିଧାୟକଙ୍କୁ ନିଲମ୍ବନ କଲେ ମାୟାବତୀ
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ସମର୍ଥନ କରିବା ବିଏସପି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସିଏଏକୁ ସମର୍ଥନ କରିବାରୁ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ନିଜ ଦଳର ବିଧାୟକ ରାମବାଇ ପରିହାରଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଯୋଗ୍ୟ ମୋଦି ସରକାର ଆଣିଥିବା ଏହି ନୂତନ ଆଇନକୁ ମାୟାବତୀ ତୀବ୍ର ବିରୋଧ କରିଆସୁଛନ୍ତି । ମଧ୍ୟପ୍ରଦେଶର ପଥେରିୟା ବିଧାନସଭାରୁ ନିର୍ବାଚିତ ହୋଇଥିବା ବିଏସପି ବିଧାୟକ ପରିହାର ଗତ ଶନିବାର ଏକ କାର୍ଯ୍ୟକ୍ରମରେ ସିଏଏକୁ ଦୃଢ଼ ସମର୍ଥନ କରି ଏହା ଦେଶପାଇଁ ଜରୁରୀ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଉପସ୍ଥିତ ଥିଲେ । ସେଠାରେ ବିଏସପି ବିଧାୟକ ରାମବାଇ ଖୋଲାଖୋଲି ଭାବେ ସିଏଏକୁ ସମର୍ଥନ କରିଥିଲେ ।