ଅଭିଯୋଗ ନ ଶୁଣିଲେ ସରକାରୀ ବାବୁଙ୍କୁ ଠେଙ୍ଗାରେ ପିଟ: ଗିରିରାଜ ସିଂହ

ଅଭିଯୋଗ ନ ଶୁଣିଲେ ସରକାରୀ ବାବୁଙ୍କୁ ଠେଙ୍ଗାରେ ପିଟ: ଗିରିରାଜ ସିଂହ

ଅଭିଯୋଗ ନ ଶୁଣିଲେ ସରକାରୀ ବାବୁଙ୍କୁ ଠେଙ୍ଗାରେ ପିଟ: ଗିରିରାଜ ସିଂହ
ବେଗୁସରାଇ: ସରକାରୀ ବାବୁମାନେ ଯଦି ଲୋକଙ୍କ ଅଭିଯୋଗ ନ ଶୁଣନ୍ତି ତେବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ପରାମର୍ଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଲୋକଙ୍କ ଅସୁବିଧା ପ୍ରତି ଏହି ସରକାରୀ କର୍ମଚାରୀମାନେ ସମ୍ବେଦନଶୀଳ ନ ହେଲେ ସେମାନଙ୍କୁ ଏପରି ସାଧ୍ୟ କରିବାକୁ ସେ ନିଜ ଲୋକସଭା କ୍ଷେତ୍ର ବେଗୁସରାଇରେ ଏକ ସାଧାରଣ ସଭାରେ କହିଛନ୍ତି ତେବେ ଏଥିରେ ପ୍ରତିକି୍ରୟା ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗିରିରାଜ ଯାହା କହିଛନ୍ତି ସେ ହିଁ ଜାଣନ୍ତି ବୋଲି ଟିପ୍ପଣୀ କରିଛନ୍ତି । ଏହା ଯଥାର୍ଥ ନୁହେଁ ବୋଲି ସେ କହିଛନ୍ତି ।