ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ମନ୍ତ୍ରୀ
ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ମନ୍ତ୍ରୀ

ମସ୍କୋ : ଜଣେ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ଜଣେ ମନ୍ତ୍ରୀ। ରୁଷିଆର ଏମର୍ଜେନ୍ସି ମନ୍ତ୍ରୀ ୟେବନେଗି ଜିନିଚେବ (୫୫) ଏହି କାରଣରୁ ମୃତୁ୍ର ହୋଇଯାଇଛି। ବୁଧବାର ଏକ ତାଲିମ କାର୍ୟ୍ୟକ୍ରମ ଚାଲିଥିବା ବେଳେ ମନ୍ତ୍ରୀ ଜିନିଚେବ ପାଣି ନିକଟରେ ଥିବା ଉଚ୍ଚ ପଥର କଡ଼ରେ ଛିଡ଼ା ହୋଇ ସାକ୍ଷାତକାର ଦେଉଥିଲେ । ସେହି ସମୟରେ ହଠାତ୍ କ୍ୟାମେରାମ୍ୟାନ ପାଣି ଭିତରକୁ ଖସି ପଡ଼ିଥିଲେ । ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ମନ୍ତ୍ରୀ ମଧ୍ୟ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ତେବେ ସେହି ସମୟରେ ସେ ପାଣି ଭିତରୁ ଉଠିବା ବେଳେ ଆଉ ଏକ ପଥରରେ ପିଟି ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୧୮ ମେ’ରେ ତାଙ୍କୁ ଏମର୍ଜେନ୍ସି ମନ୍ତ୍ରାଳୟ ମୁଖ୍ୟ ନିଯୁକ୍ତ କରାଯାଇଥିଲା । ସେ ମଧ୍ୟ ରୁଷ ସୁରକ୍ଷା ପରିଷଦର ସଦସ୍ୟ ଥିଲେ । ଦୁର୍ଘଟଣାରେ କ୍ୟାମେରାମ୍ୟାନଙ୍କର ମଧ୍ୟ ମୃତୁ୍ୟ ହୋଇଛି ।