ନିଟ୍ ସ୍ଥଗିତ ରଖିବାକୁ ନେଇ ରାହୁଲ ଓ ଧର୍ମେନ୍ଦ୍ରଙ୍କ ଟଇଟ ଯୁଦ୍ଧ

ନିଟ୍ ସ୍ଥଗିତ ରଖିବାକୁ ନେଇ ରାହୁଲ ଓ ଧର୍ମେନ୍ଦ୍ରଙ୍କ ଟଇଟ ଯୁଦ୍ଧ

ନିଟ୍ ସ୍ଥଗିତ ରଖିବାକୁ ନେଇ ରାହୁଲ ଓ ଧର୍ମେନ୍ଦ୍ରଙ୍କ ଟଇଟ ଯୁଦ୍ଧ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ରାହୁଲ୍ ଗାନ୍ଧୀ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବାକ୍ୟୁଦ୍ଧ ହୋଇଛି। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ଅନୁଷ୍ଠିତ ହେବ। ତା’ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସାମାଜିକ ଗଣମାଧ୍ୟମରେ ଏହି କଥା କଟାକଟି ହୋଇଛି। ଏମିତିକି ପରୀକ୍ଷା ସ୍ଥଗିତ ରଖିବାକୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଟୁଇଟ୍ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଶ୍ରୀ ଗାନ୍ଧୀଙ୍କ ଟୁଇଟର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାହୁଲଙ୍କ ଟୁଇଟର ଜବାବରେ କହିଛନ୍ତି ଯେ ସର୍ବନିମ୍ନ ଜ୍ଞାନ ନ ଥାଇ ନିଜକୁ ନିଜେ ବିଶେଷଜ୍ଞ ଭାବୁଛନ୍ତି । ପରୀକ୍ଷା ସୂଚୀ ମଧ୍ୟରେ ଅଯଥା ହସ୍ତକ୍ଷେପ କରି ବିଫଳ ରାଜକୁମାର(ରାହୁଲ) ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ଏମିତିକି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ପରୀକ୍ଷା ନ ଘୁଞ୍ଚାଇବାକୁ କହିସାରିଛନ୍ତି । ତା’ପରେ ବି ରାହୁଲଙ୍କ ପରି ଛଦ୍ମ ବିଶେଷଜ୍ଞ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଓ ପ୍ରକୃତ ବିଶେଷଜ୍ଞଙ୍କ ସାମୂହିକ ଜ୍ଞାନକୁ ପ୍ରଶ୍ନ କରିବା ଆଦୌ ଠିକ ନୁହେଁ । ଯୁବରାଜଙ୍କ ବିଶେଷତ୍ୱତା ହେଉଛି ମିଥ୍ୟା ଓ ଅର୍ଦ୍ଧ-ସତ୍ୟର ପ୍ରଚାର କରିବା । ପ୍ରଗତିଶୀଳ କଥାକୁ ବିରୋଧ କରିବା ହେଉଛି ପ୍ରମୁଖ କାର୍ୟ୍ୟ । ଯେଉଁ ବିଷୟରେ ଧାରଣା ନାହିଁ ସେବିଷୟରେ ମତ ଦେବାରୁ ବିରତ ରହିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।